ଜୁନ ୨୩ରେ କଂଗ୍ରେସ ପାଇବ ନୂଆ ଅଧ୍ୟକ୍ଷ

0

ନୂଆଦିଲ୍ଲୀ: ଆଜି କେନ୍ଦ୍ରୀୟ କଂଗ୍ରେସ କମିଟି ବୈଠକ ଅନୁଷ୍ଠାତ ହୋଇ ଯାଇଛି । ନିକଟରେ ସରିଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରେ ବୈଠକରେ ସମୀକ୍ଷା କରାଯାଇଛି । ଦଳର ପରାଜୟ ସହ ବୈଠକରେ ଦଳର ଅଧ୍ୟକ୍ଷ ନିର୍ବାଚନ ପାଇଁ ମଧ୍ୟ ଆଲୋଚନା ହୋଇଛି । ଦଳର ଅଭ୍ୟନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏନେଇ ସୂଚନା ଦେବା ସହ ଜୁନ ୨୩ରେ ଦଳର ନୂତନ ଅଧ୍ୟକ୍ଷ ନିର୍ବାଚନ ହେବା ନେଇ ସଙ୍କେତ ଦେଇଛନ୍ତି ।
ବୈଠକରେ ସୋନିଆ ଗାନ୍ଧୀ କହିଛନ୍ତି ଯେ, ସମସ୍ତଙ୍କୁ ଧକ୍କା ଲାଗିଛି । ନିର୍ବାଚନ ପରିଣାମ ନୈରାଶ୍ୟଜନକ ଅଟେ । ଏହାସହ ସେ ପରାଜୟର ରିପୋର୍ଟ ଦେବାକୁ ସେ କହିଛନ୍ତି । ସୋନିଆ ଆହୁରି ମଧ୍ୟ କହିଛନ୍ତି ଯେ, ମୋଦୀ ସରକାର କରୋନା ମୁକାବିଲାରେ ବିଫଳ ହୋଇଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ସର୍ବଦୈଳୀୟ ବୈଠକ ଡାକିବା ଆବଶ୍ୟକ । ଏହାସହ ସେ ଲୋକଙ୍କୁ ଯଥାସମ୍ଭବ ସାହାଯ୍ୟ କରିବାକୁ କର୍ମୀଙ୍କୁ କହିଛନ୍ତି । ଅନ୍ୟପଟେ, ଦଳର ସଙ୍ଗଠନ ମହାସଚିବ କେସି ବେଣୁଗୋପାଳ ଘୋଷଣା କରିଛନ୍ତି କି, କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଜୁନ ୨୩ରେ ମତଦାନ ହେବ ।