ଭୁବନେଶ୍ୱର : ମୂଲତବୀ ପ୍ରସ୍ତାବ ଉପରେ ସମାନ କାମ କୁ ସମାନ ଦରମା ବାସ୍ତବ କୁ ନେଇ ସରକାର ଙ୍କୁ ଘେରିଲା କଂଗ୍ରେସ ।ଠିକା କର୍ମଚାରୀଙ୍କୁ ରାଜ୍ୟ ରୁ ଉଚ୍ଛେଦ ନେଇ ସରକାର କହିଛନ୍ତି , ବାସ୍ତବ କ୍ଷେତ୍ରରେ NRHM, ଅଙ୍ଗନାଡ଼ି,ଆଶାକର୍ମୀ ଓ ଗା ସାଥୀ ବିଭିନ୍ନ ବିଭାଗରେ ଏବେବି ରାଜ୍ୟରେ ଠିକା ନିଯୁକ୍ତି ରେ ଅଛନ୍ତି। ଆଉଟ୍ ସୋଷୀଙ୍ଗି ରେ କାର୍ଯ୍ୟରତ କର୍ମଚାରୀ ଙ୍କ ଭବିଷ୍ୟତ ନଷ୍ଟ ହୋଇପଡିଛି। ତାଙ୍କ ଭବିଷ୍ୟତ ଙ୍କୁ ବଞ୍ଚାଇବା ପାଇଁ ଆମେ ସରକାର ଙ୍କୁ ନିବେଦନ କରୁଛୁ ଠିକା ପ୍ରଥା ଉଚ୍ଛେଦ ଯଥା ଶୀଘ୍ର କରନ୍ତୁ । ଦୀର୍ଘ 25 ବର୍ଷ ହେବ ବିଭିନ୍ନ ବିଭାଗ ରେ ଠିକା ଭାବେ କର୍ମଚାରୀ କାର୍ଯ୍ୟ କରୁଛନ୍ତି , ତାଙ୍କୁ ଅବିଳମ୍ବେ ସ୍ଥାୟୀ ନିଯୁକ୍ତି କରାଯାଉବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି।