ଧାମନଗର ମୈଦାନକୁ ଓହ୍ଲାଇଲେ କଂଗ୍ରେସ ଯୋଦ୍ଧା

0

ଭୁବନେଶ୍ୱର (ହରପ୍ରସାଦ ବିଷୋୟୀ ):ଧାମନଗର ମୈଦାନକୁ ଓହ୍ଲାଇଲେ କଂଗ୍ରେସ ଯୋଦ୍ଧା । ଉପନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ କଂଗ୍ରେସ ବାବା ହରେକୃଷ୍ଣ ସେଠୀଙ୍କ ନାଁ ଘୋଷଣା କରିଛି । ହରେକୃଷ୍ଣଙ୍କ ପ୍ରାର୍ଥିତ୍ବକୁ ଏଆଇସିସି ମୋହର ମାରିଛି ।୨୦୧୯ ଧାମନଗର ଏନଏସିରୁ ପ୍ରାର୍ଥୀ ହୋଇଥିଲେ ହରେକୃଷ୍ଣ । କଂଗ୍ରେସର ହରେକୃଷ୍ଣ ଜଣେ ସକ୍ରିୟ ନେତା । ରାଜୀବ ଗାନ୍ଧୀ ଫୋରମର ସଂଯୋଜକ ଥିଲେ ହରେକୃଷ୍ଣ । ଧାମନଗରରେ ହରେକୃଷ୍ଣଙ୍କ ଘର ।

ପେସାରେ ହରେକୃଷ୍ଣ ଜଣେ ଆଇନଜୀବୀ । ନିଜ ନାଁ ଘୋଷଣା ପରେ ଧାମନଗରବାସୀଙ୍କ ସହଯୋଗ କାମନା କରିଛନ୍ତି ହରେକୃଷ୍ଣ ।
ପୂର୍ବରୁ ବିଜେପି ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରିଛି । ଗତକାଲି ସେ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ନାମାଙ୍କନପତ୍ର ଦାଖଲ କରିଥିଲେ ।ସେହିପରି ଆଜି ବିଜେଡି ମଧ୍ୟ ନିଜ ଯୋଦ୍ଧାଙ୍କୁ ମୈଦାନକୁ ଓହ୍ଲାଇବ । ତେବେ କିଏ ହେବ ବିଜେଡିର ପ୍ରାର୍ଥୀ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କାହା ନାଁରେ ମୋହର ମାରିବେ ତାହା ଉପରେ ରହିଛି ସମସ୍ତଙ୍କ ନଜର ।