ଓଡିଶା ଆସୁଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ

0

ଭୁବନେଶ୍ୱର: ଆଜି ଓଡିଶା ଆସୁଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ । କଂଗ୍ରେସ ସଭାପତି ନିର୍ବାଚନରେ ଖଡଗେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ ସେ ପ୍ରଚାର ପାଇଁ ଆଜି ଓଡିଶା ଆସୁଛନ୍ତି । ଭୁବନେଶ୍ୱର ଆସି ସେ ପିସିସି ସଭ୍ୟଙ୍କୁ ଭେଟି ତାଙ୍କୁ ଭୋଟ ଦେବାକୁ ଅନୁରୋଧ କରିବେ । ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀକୁ ସେ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି ।

ସନ୍ଧ୍ୟାରେ ସେ ପୁଣି ଦିଲ୍ଲୀ ଫେରିଯିବେ ବୋଲି ସୂଚନା ମିଳିଛି ।ଜାତୀୟ କଂଗ୍ରେସର ସଭାପତି ନିର୍ବାଚନରେ ମଲ୍ଲିକାର୍ଜୁନ ଖଡଗେ ଓ ଶଶି ଥରୁରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଆସୁଛି। ଆସନ୍ତା ୧୭ ତାରିଖରେ ଏଥିପାଇଁ ଭୋଟ ଗ୍ରହଣ କରାଯିବ । ଓଡିଶାର ମୋଟ ୪୨୮ ଜଣ ପିସିସି ସଭ୍ୟ ଏଥିରେ ମତଦାନ କରିବେ । ପୂର୍ବରୁ ଅଧିକାଂଶ କଂଗ୍ରେସ ନେତା ଖଡଗେ ସପକ୍ଷରେ ମତ ଦେଇସାରିଛନ୍ତି । ମଲ୍ଲିକାର୍ଜୁନ ଖଡଗେ ଜଣେ ନିର୍ବିବାଦୀୟ ଓ ଅଭିଜ୍ଞ ନେତା ହୋଇଥିବାରୁ ତାଙ୍କୁ ଓଡିଶାରୁ ଅଧିକ ସମର୍ଥନ ମିଳିବ ବୋଲି ଚର୍ଚ୍ଚା ହେଉଛି ।