ଭୁବନେଶ୍ୱର : ବିଜେପି ବିଧାନସଭା ଭିତରେ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି ଗୃହକୁ ବନ୍ଦ କରୁଛନ୍ତି |ତାଙ୍କ ଦାବି ଇନ୍ସୁରାନ୍ସକୁ ନେଇକି ଏ ବକ୍ତବ୍ୟ ଦୁର୍ଭାଗ୍ୟ ଜନକ | ଇନ୍ସୁରାନ୍ସ କମ୍ପାନୀ ପଇସା ଦେଉନାହିଁ, ରାଜ୍ୟ ସରକାର କି କେନ୍ଦ୍ର ସରକାର ଦେବେନି, ଚାଷୀ ମାନଙ୍କୁ ତାଙ୍କ ପ୍ରାପ୍ୟ ଦେଉନାହିଁ | ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନ ଅର୍ଥାତ କେନ୍ଦ୍ର ସରକାରଙ୍କ, ଓଡିଶା ସରକାରଙ୍କ ବି ଭୁଲ ଏ ଯୋଜନା ଗ୍ରହଣ କଲେ କାହିଁକି, ନବୀନ ବାବୁଙ୍କ ଦୁର୍ବଳତା ମୋଦି ଯାହା ଫୋନ କରି କହିବେ ନବୀନ ବାବୁ କରିବେ, ବିଜେପି ରାଜ୍ୟ ସରକାର ଉପରେ ଦୋଷ ଦେଲେ ଚାଲିବ ନାହିଁ କେନ୍ଦ୍ର ସରକାରଙ୍କୁ ବି କୁହନ୍ତୁ | ରାଜନୀତି କରୁଛନ୍ତି ଧରାପଡ଼ିଗଲେ ଯୋଉଠି ନିର୍ବାଚନ ସେଇଠି ଦେଲେ ଆଉ ବାକି କୁଆଡେ ଗଲେ, ନିର୍ବାଚନକୁ ଆଖି ଆଗରେ ରଖି ଗୃହ ବାହାରେ ଏବଂ ଭିତରେ ବିଜେପି ଏ ସବୁ କରୁଛି |