ଜେଲ ଯିବେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ

0

ଭୁବନେଶ୍ୱର: ଜେଲ ଯିବେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ | ତାଙ୍କୁ ଜେଲ ଦଣ୍ଡ ମଧ୍ୟ ହେବାନେଇ ରାୟ ଶୁଣାଇଛନ୍ତି ସ୍ପେଶାଲ ଜଜ୍ ଭିଜିଲାନ୍ସ | ପୂର୍ବତନ ଆଇଏଏସ ଅଫିସର ତଥା ORHDCର ପୂର୍ବତନ ଏମଡି ବିନୋଦ କୁମାରଙ୍କୁ 3ବର୍ଷ ଜେଲ୍ । ତାଙ୍କ ସହିତ ବିଧାୟକ ମହମ୍ମଦ ମୋକିମ ଓ କମ୍ପାନୀ ସେକ୍ରେଟାରୀ ସ୍ବସ୍ତି ରଞ୍ଜନ ମହାପାତ୍ରଙ୍କୁବି ୩ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି ।  ବିନୋଦ ଓ ସ୍ବସ୍ତିଙ୍କୁ 50ହଜାର ଟଙ୍କା ଜୋରିମାନା କରାଯାଇଛି । ଜୋରିମାନା ଅନାଦେୟ ହେଲେ ଆଉ 6ମାସ ଜେଲ୍ ଦଣ୍ଡ ଭୋଗିବେ ।ମେଟ୍ରୋ ବିଲଡରର ପାର୍ଟନର ପୀୟୂଷଧାରୀ ମହାନ୍ତିଙ୍କୁ ମଧ୍ୟ ୩ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ORHDC ଓ ମେଟ୍ରୋ ବିଲଡର ମାମଲାର ରାୟ ଶୁଣାଇଛନ୍ତି ସ୍ପେଶାଲ ଜଜ୍ ଭିଜିଲାନ୍ସ ।