ମୁଲତବି ଆଲୋଚନାରେ ଦାବି ଉଠାଇଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା
ପ୍ରଧାନମନ୍ତ୍ରୀଙ୍କ ବଦଳରେ ମୁଖ୍ୟମନ୍ତ୍ରୀ ଫସଲ ବୀମା ଯୋଜନା କରାଯାଉ
ଭୁବନେଶ୍ୱର : ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସମାନ ଶେର ଦେଉଛନ୍ତି । ଏହାର ନାମ ପରିବର୍ତ୍ତନ କରି ପ୍ରଧାନମନ୍ତ୍ରୀଙ୍କ ବଦଳରେ ମୁଖ୍ୟମନ୍ତ୍ରୀ ଫସଲ ବୀମା ଯୋଜନା କରାଯାଉ । ମୁଲତବି ଆଲୋଚନା ସମୟରେ ଏ ଦାବି ଉଠାଇଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ରାଜ୍ୟରେ ଚାଷୀମାନେ ଶୋଷଣର ଶିକାର ହେଉଛନ୍ତି । ଧାନ ବିକ୍ରିରେ ବ୍ୟାପକ ଅବ୍ୟବସ୍ଥା ସହ ଇନପୁଟ ସବସିଟି ଓ ବିମାରାଶି ପାଇବାରୁ ବଞ୍ଚିତ ହେଉଛନ୍ତି ଚାଷୀ ।