ଭୁବନେଶ୍ୱର:ଚାଷୀ ପ୍ରସଙ୍ଗରେ ଦିଆଯାଇଥିବା ମୁଲତବୀ ନୋଟିସ ଆଲୋଚନା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ପଦ୍ମପୁର ଉପନିର୍ବାଚନ ପାଇଁ ଇନପୁଟ ସବସିଡି ଘୋଷଣା କଲେ ରାଜ୍ୟ ସରକାର । ଏତେ ବିଳମ୍ବରେ କାହିଁକି ସରକାରଙ୍କୁ ଇନପୁଟ ସବସିଡି କଥା ମନେ ପଡ଼ିଲା । ଫସଲ ବୀମା ଯୋଜନା ରେ କେନ୍ଦ୍ରକୁ ସମାଲୋଚନା କରି ସାଲୁଜା କହିଛନ୍ତି ୩୧ ଜୁଲାଇ ସୁଦ୍ଧା ଚାଷୀ ମାନେ ଟଙ୍କା ପାଇବା କଥା । ମାତ୍ର ଏ ପର୍ୟ୍ୟନ୍ତ କାହିଁକି ଚାଷୀ ପାଇଲେ ନାହିଁ। ଯୋଜନାରେ ଉଭୟ କେନ୍ଦ୍ର ଓ ରାଜ୍ୟର ସେୟାର ସମାନ ରହିଛି । ତେଣୁ କାହିଁକି ଯୋଜନାର ନାମ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରହିବ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ହଜାର ହଜାର କୋଟି ଟଙ୍କାର ସ୍କାମ ହୋଇଛି । ପଦ୍ମପୁର ଭୋଟ ପ୍ରଧାନମନ୍ତ୍ରୀ ଫସଲ ଟଙ୍କା ଦିଆଗଲା । ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ହେଉଛି । କଟଣି ଛଟଣିର ଶିକାର ହେଉଛନ୍ତି ଚାଷୀ । ଛତିଶଗଡ଼ ରେ ଧାନ ମୂଲ୍ୟ ୨୫୦୦ ଟଙ୍କା ହୋଇଥିବା ରୁ ଓଡ଼ିଶାର ଧାନ ଛତିଶଗଡ଼ କୁ ଚାଲି ଯାଉଛି । ଘୋଷଣା ସତେ ଏଠି ଚାଷୀ ବୋନସ୍ ବି ଦିଆ ଯାଉନି ।