ଆକ୍ସନ ମୋଡରେ ଖଡଗେ

CWS ବଦଳରେ ନୂଆ କମିଟି ଗଠନ କଲେ ଖଡ଼ଗେ

0

ନୂଆଦିଲ୍ଲୀ: କଂଗ୍ରେସରେ ହେଲା ବଡଧରଣର ପରିବର୍ତ୍ତନ ।ମଲ୍ଲିକାଜୁନ ଖଡଗେ CWC କମିଟି ବଦଳରେ ଅନ୍ୟ ଏକ ନୂଆ ଦଳ ଗଠନ କରିଛନ୍ତି । ଖଡଗେଙ୍କ ଦ୍ୱାରା ଗଠନ କରାଯାଇଥିବା କମିଟିରେ ୪୭ ଜଣ ସଦସ୍ୟଙ୍କୁ ସ୍ଥାନ ମିଳିଛି ।ଏହି ସଦସ୍ୟ ମାନଙ୍କ ମଧ୍ୟରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ମନମୋହନ ସିଂ, ଏକେ ଆଣ୍ଟେନି ପ୍ରମୁଖ ରହିଛନ୍ତି ।

ସୂଚନାମୁତାବକ, କଂଗ୍ରେସର ସମସ୍ତ ନିଷ୍ପତ୍ତି CWC କମିଟି ଦ୍ୱାରା ହିଁ ନିଆଯାଉଥିଲା । ସେହି କମିଟିରେ ୨୩ ଜଣ ସଦସ୍ୟ ଥିଲେ । କିନ୍ତୁ କଂଗ୍ରେସର ନୂଆ ସଭାପତିଙ୍କ ଖଡଗେ CWC ବଦଳରେ ଅନ୍ୟ ଏକ ନୂଆ କିମିଟି କରିଛନ୍ତି । CWC ରେ ମାତ୍ର ୨୩ ଜଣଙ୍କୁ ସ୍ଥାନ ଦିଅ।ଯାଇଥିଲା ହେଲେ ନୂଆ କରି ଗଢ ।ଯାଇ ଥିବା କମିଟିରେ ୪୩ ସଦସ୍ୟଙ୍କୁ ସ୍ଥାନ ଦିଅ।ଯାଇଛି । ଏହା ଦ୍ୱାରା ଏକ ବଡ ପରିବର୍ତ୍ତନର ଆଶଙ୍କା କରାଯାଉଛି । ଖେଡଗେଙ୍କ ଦ୍ୱାରା କରାଯାଇଥିବା ଏହି କମିଟି କଂଗ୍ରେସର ସମ୍ବିଧାନକୁ ନଜରରେ ରଖି ପ୍ରସ୍ତୁତ କରାଯାଇଛି । ତେବେ କଂଗ୍ରେସ ଦ୍ୱାରା କରାଯଇଥିବା ପ୍ରେସ ରିଲିଜରେ ଏହି ସମସ୍ତ ସୂଚନା ଦିଆଯାଇଛି । CWC ବଦଳରେ ବର୍ତ୍ତମାନ ଖଡଗେଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ନୂଆ କମିଟି ହିଁ ସମସ୍ତ କାର୍ଯ୍ୟ କରାଯିବ |