ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

ତେବେ ଅଭିଯୋଗ ଆଣିଛନ୍ତି ଜଣେ ମହିଳା। ସୋନିଆଙ୍କର ବ୍ୟକ୍ତିଗତ ସଚିବ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ଜଣେ ଦଳିତ ମହିଳା।

0

(ଦିଲ୍ଲୀ) : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବଙ୍କ ନାଁରେ ସାଂଘାତିକ ଅଭିଯୋଗ  । ତେବେ ଅଭିଯୋଗ ଆଣିଛନ୍ତି ଜଣେ ମହିଳା। ସୋନିଆଙ୍କର ବ୍ୟକ୍ତିଗତ ସଚିବ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ଜଣେ ଦଳିତ ମହିଳା। ଏହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ତେବେ ମାଧବଙ୍କ ନାଁରେ ଦୁଷ୍କର୍ମ ଧାରା ଅଧୀନରେ ଜୁନ୍‌ ୨୬ରେ ଦିଲ୍ଲୀର ଉତ୍ତମନଗର ଥାନାରେ ମାମଲା ରୁଜୁ ହୋଇଛି। ଏହାସହ ଉକ୍ତ ମିହାଳଙ୍କ ଡାକ୍ତରିମାଇନା କରାଯାଇଛି। ଫେବୃଆରୀ ୨୦୨୨ରେ ତାଙ୍କ ସହିତ ଦୁଷ୍କର୍ମ କରାଯାଇଥିବା ଏଫଆଇଆରରେ ଦର୍ଶାଯାଇଛି।

 

 ସୋନିଆଙ୍କ ବ୍ୟକ୍ତିଗତ ସଚିବ ପିପି ମାଧବନଙ୍କ ବିରୋଧରେ ଏହି ଅଭିଯୋଗ କରାଯାଇଛି। ଅଭିଯୋଗନୁଯାୟୀ, ମାଧବନ ଜଣେ ଦଳିତ ମହିଳାଙ୍କୁ ଚାକିରି ଦେବା ଆଳରେ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ। ଏହାପରେ ତାଙ୍କ ନାଁ ରେ ଦିଲ୍ଲୀର ଉତ୍ତମନଗର ଥାନାରେ ଏକ ମାମଲା ରୁଜୁ କରାଯାଇଛି।  ପୀଡି଼ତା ମହିଳାଙ୍କ ସ୍ୱାମୀ କଂଗ୍ରେସ କାର୍ଯ୍ୟାଳୟରେ ହୋର୍ଡିଙ୍ଗ ଲଗାଉଥିଲେ। ୨୦୨୦ ରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ତାଙ୍କୁ ଚାକିରି ଦିଆଯିବ ବୋଲି କୁହାଯାଇଥିଲା। ପୀଡ଼ିତା ମହିଳାଜଣଙ୍କ ଦଳିତ ବୋଲି ଜଣା ପଡ଼ିଛି।