ଭୁବନେଶ୍ୱରରୁ (ହରପ୍ରସାଦ ବିଷୋଇ ):-ବିଜେଡି ଓ ବିଜେପି ୨ ଦିନର ରାଜନୈତିକ କାଯ୍ୟକ୍ରମ ଉପରେ ମତ ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକସେ କହିଛନ୍ତି ଉଭୟ ଦଳ ତାଙ୍କର କାଯ୍ୟକ୍ରମ କରିଛନ୍ତି ସେଥିରେ ଆମର କିଛି କହିବାର ନାହିଁ । ବିଜେପି କ୍ଷମତକୁ ଆସିବା ନେଇ ପୂର୍ବଥର ମଧ୍ୟ ଘେଷଣା କରିଥିଲା ଏଥର ମଧ୍ୟ କରିଛନ୍ତି କିନ୍ତୁ ଜନତା ଜାଣିଛନ୍ତି ଏଥିରେ କିଛି ସତ୍ୟତା ନାହିଁ । ଉଭୟ ବିଜେପି ଓ ବିଜେଡି ଦଳ ୯ ବର୍ଷ ପର୍ୟନ୍ତ ମିଶିକି ଶାସନ କରିଥିଲେ । ଉଭୟ ସରକାର ରାଜ୍ୟର ବିକାଶ ପାଇଁ କଣ କରିଛନ୍ତି ସମସ୍ତେ ଜାଣିଛନ୍ତି…. ବିଜେଡି ଯେତେ ଶକ୍ତି ପଦର୍ଶନ କଲେ ବି କିଛି ଫାଇଦା ମିଳିବନି । କାରଣ ଦୀର୍ଘ ୨୨ ବର୍ଷ ଭିତରେ ରାଜ୍ୟର କିଛି ବି ଉର୍ନତି କରିନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାଷୀଙ୍କ ଉର୍ନତି, ବେରୋଜଗାରୀ, ଆଇନ ଶୃଙ୍ଘଳା ସବୁଥିରେ ବିଫଳ ହୋଇଛନ୍ତି ବିଜେଡି ସରକାର । ଏବେବି ଓଡ଼ିଶାର ଯୁବକ ରୋଜଗାର ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି । ରାଜ୍ୟରେ ବିଜେପି ଓ ବିଜେଡିର ବିକଳ୍ପ ହେଉଛି କଂଗ୍ରେସ ଦଳ । ଉଭୟ ସରକାର ସରକାରରେ ଅଛନ୍ତି । ୧ ଲକ୍ଷ ଲୋକ ଠିଆ କାରି କାଯ୍ୟକ୍ରମ କରୁଛନ୍ତି । ଏହାର ଅର୍ଥ ନୁହେଁ କି ସେମାନେ ନିର୍ବାଚନରେ ବିଜୟୀ ହେବେ । ଓଡିଶା ଜନସାଧାରଣ ସବୁ ଦେଖୁଛନ୍ତି ଓ ଜାଣୁଛନ୍ତି ସେମାନେ ଠିକ ସମୟରେ ଠିକ ନିଷ୍ପତି ନେବେ । କଂଗ୍ରେସ ବ୍ଲକ ସ୍ତରରେ ପଦଯାତ୍ରା ଜାରି ରଖିଛି । ଲୋକମାନଙ୍କ ପାଖକୁ ଯାଉଛି । ବର୍ତମାନ ଏଆଇସିସିର ନିର୍ବାଚନ ପ୍ରକ୍ରିୟା ଚାଲିଛି । ପରେ ପରେ କଂଗ୍ରେସକୁ ଅଧିକ କ୍ରିୟାଶୀଳ କରାଯିବ । ୨୦୨୪ରେ ଜନସାଧାରଣଙ୍କ ଆଶ୍ରିବାଦରେ କଂଗ୍ରେସ ସରକାର କରିବ । ୯ ରୁ ବଢ଼ି ୯୦ ସିଟ ହାସଲ କରିବ କଂଗ୍ରେସ । ୩୧ ଅକ୍ଟୋବରରୁ ଓଡ଼ିଶାରେ ମଧ୍ୟ ଭାରତ ଯୋଡ଼ା ଯାତ୍ରା ଆରମ୍ଭ ହେବ । ୧୦୦ ଦିନରେ ୨୨୦୦ କିଲୋମିଟର ଅତିକ୍ରମ କରି ଉଭୟ ସରକାରଙ୍କ ବିଫଳତା ଜନତାଙ୍କ ଅବଗତ କରାଇବୁ । ଅଣଗାନ୍ଧୀ ଏଆଇସିସି ସଭାପତି ହେବ ପ୍ରସଙ୍ଗରେ ପିସିସି ସଭାପତି କହିଛନ୍ତି ଯିଏ ବି ଏଆଇସିସି ସଭାପତି ହେବେ ତାଙ୍କ ନିର୍ଦେଶରେ ଆମେ କାମ କରିବୁ । ପଶ୍ଚିମଓଡିଶା ଧାନମଣ୍ଡି ସମସ୍ୟା ଉପରେ ପିସିସି ସଭାପତି ଶରତ ପଟ୍ଟନାୟକ ମତ ରଖିଛନ୍ତି । ସେ କହିଛନ୍ତି ସରକାର ୭୧ ଲକ୍ଷ ମେଟ୍ରିକ ଟନ ଧନ କିଣିବା ନେଇ ନିଷ୍ପତି ନେଇଛନ୍ତି । କିନ୍ତୁ ଏହା ସମ୍ଭବ ହେଇପାରିବ ନାହିଁ । ଗୋଟିଏ ଗୋଟିଏ କୁଇଟଲରୁ ୪ କେଜି ୫ କେଜି ଧାନ କାଟିଦିଆଯାଉଛି । ଯେଉଁ ଚାଷୀ ମାନେ ଟୁକନ ପାଇବା କଥା ସେମାନେ ସଠିକ ଭାବରେ ଟୁକନ ପାଇପାରୁନାହାନ୍ତି । ପ୍ରଥମେ ଚାଷୀମାନଙ୍କ ସମସ୍ୟା ଦୂର କରନ୍ତୁ ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ନୂତନ ନୁଯୁକ୍ତିରେ ୫୦ ଭାଗ ଅବସରପ୍ରାପ୍ତ ସରକାରୀ ଅଧିକାରୀଙ୍କୁ ନୁଯୁକ୍ତି ପାଇବା ପ୍ରସଙ୍ଗରେ ପିସିସି ସଭାପତି କହିଛନ୍ତି । ରାଜ୍ୟରେ ୧ ଲକ୍ଷ ୩୦ ହଜାରେ ପଦପି ଖାଲି ପଡିଛି । ପ୍ରତିବର୍ଷ ୨ ଲକ୍ଷ ଯୁବକଙ୍କୁ ନୁଯୁକ୍ତି କଥା କହିଥିଲେ ରାଜ୍ୟ ସରକାର ତାହା ପାଣିରେ ଗାର ସଦୃଶ୍ୟ ହୋଇଛି । ଶାସନ ଗାଡିରେ ରହିବା ପାଇଁ ଅବସର କର୍ମଚାରୀ ମାନଙ୍କୁ ନିଯୁକ୍ତି ଦେବା ପ୍ରକ୍ରିୟାକୁ କାଯ୍ୟକାରୀ କରୁଛନ୍ତି ରାଜ୍ୟ ସରକାର । ନୁଯୁକ୍ତି କ୍ଷତ୍ରରେ ଯୁବକମାନଙ୍କୁ ପ୍ରାଧାନ୍ୟ ଦେବା ଆବଶ୍ୟକ । ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବଙ୍କ ମନ୍ତବ୍ୟ ଉପରେ ଜବାବ ରଖିଛନ୍ତି ପିସିସି ସଭାପତି । ସେ କହିଛନ୍ତି ଓଡିଶା ହେଉଛି ଜଗନ୍ନାଥଙ୍କ ରାଜ୍ୟ । ଓଡ଼ିଆ ଓ ଓଡ଼ିଆ ଜାତି ଜଗନ୍ନାଥଙ୍କ ପାଇଁ ଗର୍ବ କରେ । ଯିଏ ଜଗନ୍ନାଥଙ୍କୁ ଅପମାନ କରିଛନ୍ତି । ଭଗବାନଙ୍କୁ ସଂମାନ ଦେଇ ଜାଣିନାହାନ୍ତି ତାଙ୍କଠାରୁ ଅବିଜ୍ଞ ଲୋକେ କିଏ ବା ହୋଇପାରେ । ଏଭଳି ମନ୍ତବ୍ୟ ଓଡିଆ ଜାତି ପାଇଁ ଦୁର୍ଭାଗ୍ୟ ଜନକ ।