ବିଜେପି ସଦସ୍ୟଙ୍କ କକ୍ଷ ତ୍ୟାଗ

ବିଧାନସଭା ଘେରାଉ କରିବାକୁ ଭାରତୀୟ ଜନତା ପାର୍ଟି ନେତା ଓ କର୍ମୀଙ୍କ ରାଲି

0

ଭୁବନେଶ୍ୱର : ପୁଣି ଗୃହରେ ହଟ ଗୋଳ କଲେ ବିଜେପି ବିଧାୟକ। ପୋଡ଼ିଅମ୍ ତଳେ ପୋଷ୍ଟର ଧରି ପ୍ରତିବାଦ କରୁଛନ୍ତି ବିଜେପି ବିଧାୟକ। ଶୂନ୍ୟକାଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଚାଷୀ ପ୍ରସଙ୍ଗ ଉତଥାପନ୍ । ପରେ କକ୍ଷ ତ୍ୟାଗ କରିଛନ୍ତି ବିଜେପି ସଦସ୍ୟ | ସେପଟେ ବିଧାନସଭା ଘେରାଉ କରିବାକୁ ଭାରତୀୟ ଜନତା ପାର୍ଟି ନେତା ଓ କର୍ମୀଙ୍କ ରାଲି କରୁଥିବା ଦେଖିବାକୁ ମିଳିଛି ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ବାଚସ୍ପତିଙ୍କ ଉପରେ ଚାପ ପକାଯାଇ ଗୃହକୁ ବନ୍ଦ କରିବା ରାଇଁ ଏଠି ଚକ୍ରାନ୍ତ ଚାଲିଛି । ଚାଷୀଙ୍କୁ ସହାୟତା ଲାଗି ୨ଶହ କୋଟିର ପ୍ୟାକେଜ ଘୋଷଣା ହୋଇଛି । ହେଲେ କେଉଁମାନେ ସହାୟତା ପାଇବେ ସେନେଇ କୌଣସି ନିଷ୍ପତି ନିଆଯାଇନି । ମନ୍ତ୍ରୀମାନେ ବିଧାନସଭାରେ କାଠ କଣ୍ଡେଇ ସାଜିଛନ୍ତି । ମନ୍ତ୍ରୀମାନେ କିଛି ଜାଣୁନାହାନ୍ତି, ଅଫିସର ଦେଉଥିବା ଚିଠିକୁ ବିଧାନସଭାରେ ମନ୍ତ୍ରୀମାନେ ଆସି ପଢ଼ୁଥିବା କହିଛନ୍ତି ମୋହନ ମାଝୀ ।