କେନ୍ଦୁଝର : ଟ୍ରକ୍ ଧକ୍କାରେ ଚାଲିଗଲା କାର୍ଯ୍ୟରତ କନେଷ୍ଟବଳଙ୍କ ଜୀବନ । ରାସ୍ତାରେ ଯାଉଥିବାବେଳେ ଟ୍ରକ୍ ପିଟିଦେବା ଯୋଗୁ ଜଣେ କନେଷ୍ଟବଳଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଝାରବେଡ଼ାରେ । ମୃତ କନେଷ୍ଟବଳ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ଜସିପୁର ଅଞ୍ଚଳର ରଘୁନାଥ ମୂର୍ମୁ ।
ମିଳିଥିବା ସୂଚନାନୁସାରେ, କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଝାରବେଡ଼ା ନିକଟରେ ରାସ୍ତା ପାର ହେଉଥିବା ସମୟରେ ଟ୍ରକ ଧକ୍କାରେ କାର୍ୟ୍ୟରତ କନେଷ୍ଟବଳ ରଘୁନାଥ ମୂର୍ମୁଙ୍କ ମୃତ୍ୟୁ ହୋଇଛି। ସାଇକେଲ ଯୋଗେ ରାସ୍ତାରେ ଯାଉଥିବା ବେଳେ ତାଙ୍କୁ ଏକ ଟ୍ରକ ଧକ୍କା ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଅନ୍ୟପଟେ କନେଷ୍ଟବଳଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଲାଗି ରହିଛି ଉତ୍ତେଜନା ।