ନିର୍ବାଚନ ମଣ୍ଡଳୀ ସ୍ତରୀୟ ମହିଳା କର୍ମକର୍ତ୍ତା ସମ୍ମିଳନୀ

0

ସୋନପୁର(ଓମପ୍ରକାଶ ମିଶ୍ର): ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନମଣ୍ଡଳୀ ସ୍ତରୀୟ ମହିଳା କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜୁ ଜନତା ଦଳର ବିଭିନ୍ନ ଅଞ୍ଚଳରୁ ଆସିଥିବା ମହିଳା ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡି ମହିଳା ରାଜ୍ୟ ପର୍ଯ୍ୟବେକ୍ଷକ ପ୍ରଭାସିନୀ ନନ୍ଦ, ରାଜ୍ୟ ସଂପାଦକ ସୌଦାମିନୀ ଜେନା, ସୁବର୍ଣ୍ଣପୁର ବିଜୁ ମହିଳା ଜନତାର ସଭାନେତ୍ରୀ ପଦ୍ମିନୀ ବଘାରଙ୍କ ସମେତ ଜିଲ୍ଲା ବିଜେଡି ସଭାପତି ସରୋଜ କମ୍ପ, ସୋନପୁର ବିଜୁ ଜନତା ଦଳର ଛାତ୍ର ସଭାପତି ସିତୁନ ମିଶ୍ର, ଯୁବ ବିଜେଡି ନେତା ସିତାରାମ ମହାପାତ୍ର ପ୍ରମୁଖ ଯୋଗଦେଇ ରାଜ୍ୟରେ ମହିଳାମାନଙ୍କ ଏକତ୍ରୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ ।