ଯନ୍ତ୍ରୀଙ୍କ ଅନୁକମ୍ପା ଓ ପୋଲିସର ସିଫାରିସରେ ବିବାଦୀୟ ଠିକାଦାର

ଠିକାଦାରଙ୍କୁ ଏତେ ଅନୁକମ୍ପା କାହିଁକି ?

0

ଭୁବନେଶ୍ୱର: ଷ୍ଟ୍ରଙ୍ଗରୁମ ସିସିଟିଭି ଅବ୍ୟବସ୍ଥା ପରେ ପୁଣି ସମାନ ଠିକାଦାରଙ୍କୁ ଦିଆଯାଉଛି ସ୍ୱାଧିନତା ଦିବସ ଅବସରରେ କଣ୍ଟ୍ରାକ୍ଟ । ସିସିଟିଭି ଓ ବ୍ୟାରିକେଡ ବ୍ୟବସ୍ଥା ଲାଗି ପୁଣି ସେହି ପୁରୁଣା ଠିକାଦାରଙ୍କୁ ଦିଆଯାଇଛି ଦାୟିତ୍ୱ । ତେବେ ବିନା ଟେଣ୍ଡରରେ ବର୍ଷ ବର୍ଷ ଧରି ଜଣକୁ ବ୍ୟାରିକେଡ ନିର୍ମାଣର ଠିକା ଦେଆ ଯାଉଥିବା ପଛରେ କଣ ରହିଛି ରହସ୍ୟ । ଜଣେ ବିବାଦୀୟ ଠିକାଦାରଙ୍କୁ କାହିଁକି ବାରମ୍ବାର ଦିଆ ଯାଉଛି ଦାୟିତ୍ୱ । ଏ ସବୁ କାମ ପଛରେ କୁଆଡେ ଯନ୍ତ୍ରୀଙ୍କ ଅନୁକମ୍ପା ଓ ପୋଲିସର ସୁପାରିଶ ଥିବା କୁହାଯାଉଛି । ତେବେ କାହିଁକି ଏହି ଠିକା ଦାରଙ୍କ ପ୍ରତି ଏତେ ଅନୁକମ୍ପା?
ସାଧାରଣତନ୍ତ୍ର ଦିବସ ହେଉ କି ସ୍ୱାଧିନତା ଦିବସ, ବିଧାନ ସଭା ଅଧିବେଶନ ହେଉ କି ଉତ୍କଳ ଦିବସ , ଦୀର୍ଘ ୧୫ ବର୍ଷ ରୁ ଅଧିକ ହେଲାଣି ସେହି ସମାନ ଠିକାଦାରଙ୍କୁ ଦିଆଯାଉଛି ବ୍ୟାରିକେଡ ନିର୍ମାଣ ଲାଗି ଅନୁମତି ।

ପୂର୍ବରୁ ପୁର୍ତ୍ତିବିଭାଗ ନିଜ କର୍ମଚାରୀଙ୍କ ଦ୍ୱାରା ଏହି କାମ କରାଉଥିଲେ । ହେଲେ ପରେ ଏହି ଠିକାଦାରଙ୍କୁ ଦିଆଯାଇଥିଲା କାମ । ଆଉ ସେବେଠାରୁ ସେହି ଜଣେ ବ୍ୟକ୍ତିକୁ ହିଁ ଏହାର ନିର୍ମାଣ କାର୍ଯ୍ୟ ଦିଆଯାଉଛି । ତେବେ ବିନା ଟେଣ୍ଡରରେ ଜଣେ ବ୍ୟକ୍ତିଙ୍କୁ ଏତେ ଦିନ ହେଲା କାଣ୍ଟ୍ରାକ୍ଟ କାହିଁକି ଦିଆଯାଉଛି? ଏହା ପଛରେ କାହାର ହାତ ରହିଛି? ଏହା ୫ଟି ବ୍ୟବସ୍ଥା ଆଉ ସ୍ୱଚ୍ଛ ଶାସନର ଉଲଂଘନ ନୁହେଁ କି? ତେବେ ସବୁଠୁ ବଡ଼ କଥା ହେଲା ଷ୍ଟ୍ରଙ୍ଗରୁମ ସିସିଟିଭି ଅବ୍ୟବସ୍ଥା ବିବାଦ ପରେ ଆଶା କରାଯାଉଥିଲା ଯେ, ଚଳିତ ବର୍ଷ ସ୍ୱାଧିନତା ଦିବସରେ ଏହି ନିୟମ ବା ବ୍ୟବସ୍ଥାର କିଛିଟା ପରିବର୍ତ୍ତନ ହେବା । କିନ୍ତୁ କିଛି ହେଲା ନାହିଁ । ବରଂ ସେହି ବ୍ୟକ୍ତିଙ୍କୁ ପୁଣି ଦିଆଗଲା କାମ ।

ପୂର୍ବରୁ ନିର୍ବାଚନ ସମୟରେ ବିଜେପି କଲେଜରେ ଏହି ଠିକାଦାର ଜଣକ ସିସିଟିଭି ଲଗାଇବାର ଦାୟିତ୍ୱ ନେଇଥିଲେ । ହେଲେ ବାଲାଟ ବକ୍ସ ଥିବା ବେଳେ୧୦ ମିନିଟ ପାଇଁ ଷ୍ଟ୍ରଙ୍ଗରୁମ ସିସିଟିଭ ବନ୍ଦ ହେବା ଓ ଭିତରୁ ଜଣେ ବ୍ୟକ୍ତି ବାହାରକୁ ଆସିବାକୁ ନେଇ ତୁମୁଳକାଣ୍ଡ ସୃଷ୍ଟି ହୋଇଥିଲା । ସେତେବେଳେ ସିସିଟିଭି ବ୍ୟବସ୍ଥାରେ ତ୍ରୁଟି ଦର୍ଶାଯାଇଥିଲା । ଏହାକୁ ନେଇ ଠିକାଦାର ବିବାଦକୁ ଆସିଥିଲେ । ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଘଟଣାକୁ ଚାପିବା ପାଇଁ ଉଦ୍ୟମ କରାଯାଇଥିଲା । ଏଥିରେ କିଛି ଅର୍ଥ ମଧ୍ୟ କାରବାର ହୋଇଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା ।
ତେବେ ଏତେ ସବୁ ଘଟଣା ପରେ ଆଶା କରାଯାଇଥିଲା ଯେ, ସେହି ଠିକାଦାରଙ୍କୁ ଆଉ ଏହି କାର୍ଯ୍ୟ ଦିଆ ଯିବ ନାହିଁ । କିନ୍ତୁ ତାଙ୍କୁ ସ୍ୱାଧିନତା ଦିବସ ଅବସରରେ ଦିଆ ଯାଇଛି କାର୍ଯ୍ୟ । ତେବେ ଏତେ ଭୁଲ ପରେ ସମାନ ଠିକାଦାରଙ୍କୁ ବାରମ୍ବାର କାର୍ଯ୍ୟ ଦେଉଥିବା ବିଭାଗୀୟ ଯନ୍ତ୍ରୀ ସେମାନଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଥିବା ସ୍ପଷ୍ଟ ହେଉଛି । ଆଉ ପୋଲିସ ବି ସେମାନଙ୍କ ସହ ସମ୍ପୃକ୍ତି ଥିବା ଜଣା ପଡୁଛି ।