ଚିଲିକା: ଚିଲିକା ହ୍ରଦ ମଝିରେ ଅଛି ମାଆ କାଳିଜାଇଙ୍କ ମନ୍ଦିର । ଦେଶର କୋଣ କୋଣରୁ ପର୍ଯ୍ୟଟକମାନେ ଆସନ୍ତି ମାଆ କାଳିଜାଇଙ୍କ ଦର୍ଶନ ପାଇଁ । କାଳିଜାଇ ମନ୍ଦିରକୁ ଯିବାକୁ ହେଲେ ବୋଟ ସାହାଯ୍ୟ ନେବାକୁ ପଡୁଥିଲା । ଚିଲିକା ଅଧିଷ୍ଠାତ୍ରୀ ଦେବୀ ମାଆ କାଳିଯାଇଙ୍କ ପାଖକୁ ଯିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏକ ରୋପୱେ ପ୍ରକଳ୍ପ ଚାଲିଛି । କିନ୍ତୁ ଏହା ମଧ୍ୟରେ ରହିଛି ଅନେକ ବିବାଦ । ରୋପୱେ ହେଲେ ପରିବେଶ ସହ ବିଦେଶାଗତ ପକ୍ଷୀଙ୍କ ଉପରେ କୁପ୍ରଭାବ ପଡିବା ଆଶଙ୍କା ପ୍ରକାଶ କରିଛନ୍ତି କିଛି ପରିବେଶବିତ । ଅନ୍ୟପଟେ ଏହି ଯୋଜନାକୁ କିଛି ସ୍ଥାନୀୟ ବୁଦ୍ଧିଜିବୀ ସମର୍ଥନ ଜଣାଇ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବ ବୋଲି ମତବ୍ୟକ୍ତ କରିଛନ୍ତି ।
ଚିଲିକାରେ କାଳିଜାଇ ମନ୍ଦିରକୁ ସଂଯୋଗ କରିବା ପାଇଁ ନର୍ମାଣ ହେବ ଦେଶର ସବୁଠୁ ବଡ ରୋପ୍ ଓ୍ବେ । ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ରାସ୍ତାରୁ କାଳିଜାଇକୁ ସଂଯୋଗ କରିବ ରୋପ୍ୱେ । କୃଷ୍ଣପ୍ରସାଦ ବ୍ଲକ ପ୍ରୟୋଗ ଠାରୁ କାଳିଜାଇକୁ ପ୍ରାୟ ୫.୩ କିମି ଲମ୍ବା ନିର୍ମାଣ ହେବ ରୋପଓ୍ବେ। ଏହି ରୋପୱେ ନିର୍ମାଣ ହେଲେ ପର୍ଯ୍ୟଟକ ସୁରକ୍ଷିତ ଯାତ୍ରା କରିବା ସହ ଚିଲିକାର ମଜା ନେବେ। ଚିଲିକାରେ ଡ଼ଙ୍ଗାରେ ପର୍ଯ୍ୟଟକ ମାନେ ବିପଦପୂର୍ଣ୍ଣ ଭାବେ ଜଳଯାତ୍ରା କରି କାଳିଜାଇ ଦର୍ଶନ କରିଥାନ୍ତି । ତେଣୁ ଏଭଳି ରୋପ ୱେ ପ୍ରୋଜେକ୍ଟକୁ ଚିଲିକାର ସାତପଡ଼ା , କୃଷ୍ଣପ୍ରସାଦକୁ ସଂଯୋଗ କରାଗଲେ ଏହା ପର୍ଯ୍ୟଟନ ଶିଳ୍ପର ବିକାଶ ସହ ଅଞ୍ଚଳର ବିକାଶ ହେବ ବୋଲି କହିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ସହ ବୁଦ୍ଧିଜୀବୀ।
ଚିଲିକାକୁ ଅଧିକ ପର୍ଯ୍ୟଟକ ଆକୃଷ୍ଟ କରିବା ଲକ୍ଷରେ ରାଜ୍ୟ ସରକାର ଏହି ଯୋଜନା କରିଛନ୍ତି ।ଏନଏଚ ଆଇ ସବସିଡାରି ସଂସ୍ଥା ନ୍ୟାଶନାଲ ହାଇୱେର ଲଜିଷ୍ଟିକ ମ୍ୟାନେଜମେଣ୍ଟଲିମିଟେଡ ଅପହଁଚ ଅଂଚଳରେକୁ ସଂଯୋଗ କରିବା ଏବଂ ଧାର୍ମିକ ଦୃଷ୍ଟିରୁ ଗୁରୁତ୍ୱ ଥିବା ଅଂଚଳରେ ରୋପୱେ ନିର୍ମାଣ କରିଛନ୍ତି । ଏହାକୁ ନଜରରେ ରଖି ଓଡିଶାର ପର୍ବତମାଳା ଯୋଜନାରେ ୧୦ଟି ରୋପୱେ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି । ଏଥିରେ ଚିଲିକାରେ ପ୍ରସ୍ତୁତି ହେବ ସବୁଠାରୁ ବଡ ରୋପ । ୫.୩କିମି ରୋପୱେ ନିର୍ମାଣ ହେବ ଚିଲିକାରେ । ଯାହା ସଂପୂର୍ଣ୍ଣ ଭାବେ ପୁରୀ ଜିଲ୍ଲାରେ ହିଁ ରହିବ ।
ଏହି ଖବରେ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ । ତାଙ୍କ କହିବା ଅନୁସାରେ ପ୍ରତିବର୍ଷ ଚିଲିକାକୁ ହଜାର ହଜାର ଦେଶବିଦେଶର ପକ୍ଷୀ ଆସିଥାନ୍ତି । ହେଲେ ରୋପୱେ ହେଲେ ତାହା ପକ୍ଷୀ ମାନଙ୍କ ପାଇଁ ଅକାଳର ମୃତ୍ୟୁର କାରଣ ହେବା ସୁନିଶ୍ଚିତ । ଫଳରେ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇବା ସହ ଅନେକ ବିଦେଶ ପକ୍ଷୀ ଆସିବାକୁ ବନ୍ଦ କରିଦେବେ । କହିବାକୁ ଗଲେ ଶୀତଦିନରେ ପର୍ଯ୍ୟଟକ ମାନେ ବିଭିନ୍ନ ପକ୍ଷୀ ଦେଖିବାକୁ ଯାଇଥାନ୍ତି । ରୋପୱେ ହେଲେ ଲୋକେ କାଳିଯାଇ ତ ଯିବେ ହେଲେ ପକ୍ଷୀ ଦେଖିବାକୁ ପାଇବେନି ।