ଖାଇବା ତେଲ ଦରଦାମ ୮% ବୃଦ୍ଧି

କେନ୍ଦ୍ର ସରକାରଙ୍କ ପକ୍ଷରୁ ଖାଇବା ତେଲଗୁଡ଼ିକର ଦାମ ଗତ ଦୁଇ ସପ୍ତାହ ମଧ୍ୟରେ ୮% ବୃଦ୍ଧି ପାଇଛି । ସପ୍ତାହକ ମଧ୍ୟରେ ମୁମ୍ବାଇରେ ଅଶୋଧିତ ତାଳ ତେଲ ଦର ୪.୬୧% ବୃଦ୍ଧି ପାଇଛି । ସେହିଭଳି ମାସକ ମଧ୍ୟରେ ଏହା ୯.୬୬% ଓ ବର୍ଷକ ମଧ୍ୟରେ ୭୨% ମହଙ୍ଗା ହୋଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ।

0

(ଦିଲ୍ଲୀ) : କେନ୍ଦ୍ର ସରକାରଙ୍କ ପକ୍ଷରୁ ଖାଇବା ତେଲଗୁଡ଼ିକର ଦାମ ଗତ ଦୁଇ ସପ୍ତାହ ମଧ୍ୟରେ ୮% ବୃଦ୍ଧି ପାଇଛି । ସପ୍ତାହକ ମଧ୍ୟରେ ମୁମ୍ବାଇରେ ଅଶୋଧିତ ତାଳ ତେଲ ଦର ୪.୬୧% ବୃଦ୍ଧି ପାଇଛି । ସେହିଭଳି ମାସକ ମଧ୍ୟରେ ଏହା ୯.୬୬% ଓ ବର୍ଷକ ମଧ୍ୟରେ ୭୨% ମହଙ୍ଗା ହୋଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । । ଘରୋଇ ବଜାରରେ ଖାଇବା ତେଲର ଖୁଚୁରା ଦର ପାଖାପାଖି ଦୁଇଗୁଣା ହୋଇଯାଇଛି ।

ସୂଚନାନୁଯାୟୀ , ବ୍ରୋକରେଜ ଓ କନ୍‌ସଲ୍‌ଟାନ୍ସି ଫାର୍ମ ସୁନିଭିନ ଗ୍ରୁପ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ସନ୍ଦୀପ ବଜୋରିଆ କହିଛନ୍ତି, ମୁଖ୍ୟତଃ ଅନ୍ତର୍ଜାତୀୟ ବଜାରରେ ଦର ବଢ଼ିବା ଯୋଗୁ ଘରୋଇ ବଜାରରେ ଖାଇବା ତେଲ ମହଙ୍ଗା ହେବାରେ ଲାଗିଛି । ତାଙ୍କ ମୁତାବକ ବ୍ରାଜିଲ, ଆର୍ଜେଣ୍ଟିନା, କାନାଡ଼ା ଓ ଆମେରିକାରେ ଉଷ୍ମ ଓ ଶୁଖିଲା ପାଗ ଜାରି ରହିଥିବାରୁ ଚିନ୍ତା ବଢ଼ିଛି । ଭାରତରେ ମଧ୍ୟ ବିଳମ୍ବିତ ମୌସୁମୀ ଚିନ୍ତାଜନକ ହୋଇଛି । ଏହା ଯୋଗୁ ତୈଳ ଉତ୍ପାଦନ ପ୍ରଭାବିତ ହେବା ଆଶଙ୍କା ରହିଛି । ୧୫ ଦିନ ମଧ୍ୟରେ ସୋୟାସିଡ୍‌ ଓ ରେପସିଡ୍‌ ଦର ପ୍ରାୟ ୮% ବୃଦ୍ଧି ପାଇଛି ।