କମିପାରେ ହୋମ୍ ଆଇସୋଲେସନ ଅବଧି

ରାଜ୍ୟରେ କ୍ରମାଗତ ୫ଦିନ ଧରି ଦୈନିକ କୋଭିଡ୍ ସଂକ୍ରମିତ ୧୦ରୁ ୧୧ହଜାର ରହୁଛି ।

0

(ଭୁବନେଶ୍ୱର) : ରାଜ୍ୟରେ କ୍ରମାଗତ ୫ଦିନ ଧରି ଦୈନିକ କୋଭିଡ୍ ସଂକ୍ରମିତ ୧୦ରୁ ୧୧ହଜାର ରହୁଛି । ଏପଟେ ରାଜ୍ୟରେ ହୋମ୍ ଆଇସୋଲେସନ୍ ଅବଧିକୁ ଏକ ସପ୍ତାହ ପରିବର୍ତ୍ତେ ମାତ୍ର ୫ଦିନ କରିବାକୁ ରାଜ୍ୟ ସରକାର ବିଚାର କରୁଛନ୍ତି। ମଙ୍ଗଳବାର ୧୧,୦୮୬ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮୦୯୧୪ରେ ପହଂଚିଛି ।

ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ଯେ, କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ହୋମ୍ ଆଇସୋଲେସନ ଅବଧିକୁ ୨ଦିନ କମାଇବାକୁ ଆଲୋଚନା ଚାଲିଛି। ଏବେ ହସ୍ପିଟାଲରେ କୋଭିଡ୍ ରୋଗୀଙ୍କ ସଂଖ୍ୟା କମ୍ ରହିଛି। ରାଜ୍ୟରେ ସେଭଳି ସ୍ଥିତି ଗୁରୁତର ହୋଇନି। ଜେନେରାଲ ବେଡ୍ ୯% ଓ ଆଇସିୟୁ ବେଡ୍ ୧୫% ରହିଛି । ଭେଣ୍ଟିଲେଟରରେ ମାତ୍ର ୫ରୁ ୬ ପ୍ରତିଶତ ରୋଗୀ ରହୁଛନ୍ତି । ଶିଶୁମାନେ ମେଡିକାଲ ଭର୍ତ୍ତି ହେବା ସଂଖ୍ୟା ମଧ୍ୟ କମ୍ ରହିଛି। ତେବେ ଆଇସୋଲେସନ ନେଇ ଟାସ୍କଫୋର୍ସଙ୍କ ନିୟମ ମାନିବାକୁ ସେ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସର ଟ୍ରେଣ୍ଡ ବିଷୟରେ ଜାଣିବାକୁ ୧୦ରୁ ୧୫ଦିନ ସମୟ ଲାଗିବ।