ଆଜିଠୁ କଟକବାସୀ ନେଇପାରିବେ କରୋନାର ବୁଷ୍ଟର୍ ଡୋଜ୍
ସିଲଭର ସିଟିରେ ଆଜିଠୁ ଲୋକେ ନେଇପାରିବେ କରୋନାର ବୁଷ୍ଟର୍ ଡୋଜ୍ ।
(କଟକ) : ସିଲଭର ସିଟିରେ ଆଜିଠୁ ଲୋକେ ନେଇପାରିବେ କରୋନାର ବୁଷ୍ଟର୍ ଡୋଜ୍ । ଘରୋଇ ଡାକ୍ତରଖାନାକୁ ଯାଇ ଲୋକେ ଟିକାର ବୁଷ୍ଟର୍ ଡୋଜ୍ ଗ୍ରହଣ କରିପାରିବେ । ତେବେ ସରକାରୀ ଡାକ୍ତରଖାନାରେ ଏହା ଉପଲବ୍ଧ ହେବ ନାହିଁ । ଏ ନେଇ ୭ଟି ଘରୋଇ ଡାକ୍ତରଖାନାକୁ ଅନୁମତି ଦିଆଯାଇଛି ।
୧୮ବର୍ଷରୁ ଉଦ୍ଧ୍ୱର୍ ଯେ କୌଣସି ବ୍ୟକ୍ତି କରୋନା ଦ୍ୱିତୀୟ ଡୋଜ୍ ନେବାର ୯୦ ଦିନ ପରେ ସ୍ଲଟ୍ ବୁକ୍ କରି ବୁଷ୍ଟର୍ ଡୋଜ୍ ନେଇପାରିବେ ।
ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ଡୋର୍ ଟୁ ଡୋର୍ ସର୍ଭେ କାର୍ଯ୍ୟ କରାଯାଇଛି । ଆଶା ଓ ଅଙ୍ଗନବାଡି କର୍ମୀମାନେ ଟିକାକରଣ ପାଇଁ ସଚେତନତା ସୃଷ୍ଟି କରିଛନ୍ତି ।