ସାବଧାନ: ଲକ୍ଷଣ ବଦଳାଇଛି କରୋନା

0

ନୂଆଦିଲ୍ଲୀ: ସମ୍ପ୍ରତ୍ତି ଦେଶରେ କରୋନା ସଂକ୍ରମଣ ଉଗ୍ର ରୂପ ନେଇଛି । ଏବେ ଦୈନିକ ସଂକ୍ରମଣ ଏକ ଲକ୍ଷ ପାର କରିବାରେ ଲାଗିଛି । କାରଣ ଚିହ୍ନଟ ଅଧିକାଂଶ ସଂକ୍ରମିତଙ୍କ ମଧ୍ୟରେ କୌଣସି କରୋନା ଲକ୍ଷଣ ପ୍ରକାଶ ପାଉ ନାହିଁ । ଯାହା ସଂକ୍ରମଣ ବ୍ୟାପିବାରେ ସହାୟକ ହେଉଛି । ଦେଶରେ ମହାମାରୀ କରୋନାର ନୂଆ ଷ୍ଟ୍ରେନ ତାର କାୟା ବିସ୍ତାର କରିବାରେ ଲାଗିଛି । ଲକ୍ଷଣରେ ପରିବର୍ତ୍ତନ ପାଇଁ ବ୍ୟକ୍ତି କରୋନା ସଂକ୍ରମିତ କି ନୁହେଁ ତାହା ଜଣାପଡୁ ନାହିଁ ।
ଏକ ଅଧ୍ୟୟନ ମୁତାବକ, କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ଆଖି ନାଲି ପଡିବା ସହ ଫୁଲି ଯାଉଛି । ଆଖିରୁ ପାଣି ଅନବରତ ବୋହୁଛି । ଇଣ୍ଟରନାସନାଲ ଜର୍ଣ୍ଣାଲ ଅଫ ଅଡିଓଲୋଜିରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କୋଭିଡ ୧୯ର ନୂଆ ଷ୍ଟ୍ରେନ ଯୋଗୁ କାନ ସମସ୍ୟା ଦେଖାଦେଉଛି । ଚିହ୍ନଟଙ୍କ ମଧ୍ୟରୁ ୫୬ ପ୍ରତିଶତ ଲୋକଙ୍କ ମଧ୍ୟରେ ଏପରି ସମସ୍ୟା ଦେଖାଦେଉଛି । ଏଥିସହ ଅନେକଙ୍କଠାରେ ପେଟ ସମସ୍ୟା ଦେଖାଦେଉଛି । ଏହି ନୂଆ ଷ୍ଟ୍ରେନ ପାକସ୍ଥଳୀକୁ ସଂକ୍ରମିତ କରୁଛି । ସଂକ୍ରମିତ ବ୍ୟକ୍ତିଙ୍କଠାରେ ଝାଡା, ବାନ୍ତି, ପେଟ ଯନ୍ତ୍ରଣା ଓ ହଜମରେ ଅସୁବିଧା ଦେଖିବାକୁ ମିଳୁଛି । ଏହି ଷ୍ଟ୍ରେନ ଦ୍ୱାରା ବ୍ୟକ୍ତିଠାରେ ମଧ୍ୟ ସ୍ନାୟୁଗତ ସମସ୍ୟା ଦେଖାଦେଉଛି । କେତେକ ଲୋକଙ୍କ ହୃଦ ସମସ୍ୟା ଦେଖାଦେଉଛି ଓ ହୃଦ ସ୍ପନ୍ଦନ ବଢିଯାଉଛି । ଷ୍ଟ୍ରେନର ରୂପରେଖ ସହ ଲକ୍ଷଣ ପରିବର୍ତ୍ତନ ଅଧିକ ସଂକ୍ରମଣର କାରଣ ହେଉଥିବା କୁହାଯାଉଛି ।