ହାର ମାନିଲା କୋରୋନା

0

ବେଙ୍ଗଲୁରୁ(ରିପୋର୍ଟର୍ସ ଟୁଡେ): କୋରୋନା ମହାମାରୀ ଭୂତାଣୁ ଆଗରେ ସବୁ ବର୍ଗର ବ୍ୟକ୍ତିବିଶେଷ, ଡାକ୍ତର ଏବଂ ବୈଜ୍ଞାନିକ ବେସାହାରା ମନେ କରୁଥିବା ବେଳେ ବାଙ୍ଗାଲୋରରୁ ଆସିଛି ଏକ ଅତ୍ୟନ୍ତ ଖୁସିର ଖବର । କୋରୋନାର ଏହି ଦ୍ୱିତୀୟ ଲହର ବୃଦ୍ଧ ଏବଂ ଛୋଟ ପିଲାମାନଙ୍କୁ ଅଧିକ ଅକ୍ରାନ୍ତ କରୁଥିବା କୁହାଯାଉଛି । କିନ୍ତୁ ଏହି କଥାକୁ ଭୁଲ ବୋଲି ପ୍ରମାଣିତ କରି ଦେଖାଇଛନ୍ତି ଜଣେ ୧୦୩ ବର୍ଷର ବୃଦ୍ଧ । କୋରୋନା ଲଢେଇରେ ଯୁଦ୍ଧ କରି ଏହି କିଲର ଭାଇରସକୁ ମାତ ଦେଇଛନ୍ତି ବାଙ୍ଗାଲୋରର ଏଚ.ଏସ ଦୋରେସ୍ୱାମୀ ।
କୋରୋନା ମହାମାରୀରେ ଏହି ଭାଇରସକୁ ହରାଇ ବୁଧବାର ସେ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତ ୫ ଦିନ ତଳେ ସେ କୋରୋନାରେ ସଂକ୍ରମିତ ହୋଇଥିଲେ । ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା କରାଯାଇଥିଲା । ତେବେ ଗତ ବୁଧବାର କୋରୋନା ଭାଇରସକୁ ମାତ ଦେଇ ଏହି ଲଢେଇରେ ସେ ବିଜୟ ହାସଲ କରିଛନ୍ତି ।
କୋରୋନା ମହାମାରୀ ବ୍ୟତୀତ ପୂର୍ବରୁ ସେ ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ସାମିଲ ହୋଇଥିଲେ । ଏଥିସହିତ ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇ ସେ ୧୪ ମାସ ପାଇଁ ଜେଲ ମଧ୍ୟ ଯାଇଥିଲେ । ମହିଶୂର ଚଲୋ ଆନ୍ଦୋଳନରେ ମଧ୍ୟ ସେ ସାମିଲ ହୋଇଥିଲେ ଏହି ଗାନ୍ଧିବାଦୀ ବ୍ୟକ୍ତି ।