ରାଜ୍ୟରେ ପୁଣି ମୁଣ୍ଡ ଟେକିଲାଣି କରୋନା

କରୋନା ସଂକ୍ରମଣ: ଦିନକରେ ୩୭ ଜଣ କରୋନା ସଂକ୍ରମିତ

0

ଭୁବନେଶ୍ୱର: ପୁଣି ଥରେ ରାଜ୍ୟରେ କରୋନା ସଂକ୍ରମଣ ମୁଣ୍ଡ ଟେକିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୭ ଜଣ କରୋନା ପଜିଟିଭ ସ୍ଥାନୀୟ ଚିହ୍ନଟ ହୋଇଥିବା ବେଳେ ୧୫ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏହା ଭିତରେ ୧୮ ବର୍ଷରୁ କମ୍ ବୟସର ଶିଶୁ-କିଶୋର ୭ ଜଣ ଥିବା ଜଣାପଡିଛି ।

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ,ଆଜି ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୧୦ ଜଣ ଚିହ୍ନଟ ହୋଇଥିବା ବେଳେ,ରାଜ୍ୟର ୧୦ ଟି ଜିଲ୍ଲାରୁ ୩୭ ଜଣ ଚିହ୍ନଟ ହୋଇଛନ୍ତି ।ଗତ ୨୪ ଘଣ୍ଟା ମଧ୍ୟରେ ଭଦ୍ରକ ଜିଲ୍ଲାରୁ ୧, ବଲାଙ୍ଗୀରରୁ ୧, କଟକରୁ ୫ ଜଣ, ଦେବଗଡ଼ରୁ ୨, ଖୋର୍ଦ୍ଧା ଜିଲ୍ଲାରୁ ୮, କେରାପୁଟରୁ ୧, ନୂଆପଡ଼ାରୁ ୨, ପୁରୀରୁ ୧, ସମ୍ବଲପୁରରୁ ୪ ଜଣ, ଓ  ସୁନ୍ଦରଗଡ଼ରୁ ୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।