କରୋନା ଦାଉରୁ ରକ୍ଷା ପାଇଁ ମେଣ୍ଢା ବଳି

0

(କୋରାପୁଟ ) : ଆଜି ବି ନିଜର ସ୍ଥାନ ଅଧିକାର କରୁଛି ଅନ୍ଧବିଶ୍ବାସ । କରୋନା ଦାଉରୁ ଗାଁକୁ ରକ୍ଷା କରିବା ପାଇଁ ମାନସିକ ରଖିବା ସହ ଦିଆଯାଉଛି ବୋଦା ବଳି। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଏକ ଗାଁରେ । କେବଳ ସେତିକି ନୁହେଁ ବଳି ଦିଆଯାଇଥିବା ମେଣ୍ଢା ଓ ଭାତକୁ ରୋଷେଇ କରି ହୁଣ୍ଡି ମା’ଙ୍କ ନିକଟରେ ଭୋଗ ପରେ ସମସ୍ତଙ୍କୁ ବଣ୍ଟନ କରିବା ସହ ଘର ଘରକୁ ଦିଆଯାଇଥିଲା।
ସଚେତନ ଅଭାବରୁ ଏଭଳି ଅନ୍ଧବିଶ୍ୱାସରେ ପୂଜକ ସହ ଗ୍ରାମବାସୀ ରହିଥିବା ଅନୁମାନ କରାଯାଉଛି । ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ରଖିବା, ବାରମ୍ବାର ହାତ ଧୋଇବାକୁ ସରକାର ଲୋକମାନଙ୍କୁ ସଚେତନ କରୁଛନ୍ତି କିନ୍ତୁ ତାହା ଅପହଞ୍ଚ ଭଳି ମନେ ହେଉଛି ।