ଘରେ ରହି ମହାମାରି କରୋନାର କିପରି କରିବେ ପ୍ରତିକାର, ଜାଣନ୍ତୁ କଣ ଖାଇବା ଦରକାର କଣ ନୁହେଁ

0

କରୋନାର ଦ୍ୱିତୀୟ ଲହର ଖୁବ ଶୀଘ୍ର ଜଣଙ୍କଠୁ ଅନ୍ୟ ଜଣଙ୍କୁ ବ୍ୟାପୁଛି । କରୋନା ହେଲେ ଆମେ ଯଥାଶୀଘ୍ର ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡେ କିନ୍ତୁ ଆପଣମାନେ ଚାହିଁଲେ ମଧ୍ୟ କରୋନା ରୋଗୀଙ୍କୁ ଘରେ ରହି ଚିକିତ୍ସା କରିପାରିବେ । ଏହାକୁ ହୋମ ଆଇସୋଲେସନ ମଧ୍ୟ କୁହାଯାଏ । ଆପଣ ଅନ୍ୟ ସଦସ୍ୟଙ୍କଠାରୁ ଦୂରରେ ଏକ ଘରେ ନିଜେ ଚିକିତ୍ସା ହୋଇପାରିବେ । ଆସନ୍ତୁ ଜାଣିବା ଘରେ ରହି କିପରି ଆମେ କରୋନା ରୋଗୀଙ୍କୁ ଭଲ କରିପାରିବା-
ହୋମ ଆଇସୋଲେସନର ନିୟମ: କରୋନା ରୋଗୀଙ୍କୁ ଅନ୍ୟ ଏକ ରୁମ୍ରେ ରଖନ୍ତୁ । ଅଲଗା ଶୌଚାଳୟ ହେବା ନିତ୍ୟାନ୍ତ ଆବଶ୍ୟକ । ଏହି ରୋଗୀଙ୍କୁ ୨୪ଘଣ୍ଟା ଦେଖିବା ପାଇଁ ଜଣେ ଲୋକର ଆବଶ୍ୟକତା ରହିଥାଏ । ହୋମ ଆଇସୋଲେସନରେ ରହିଥିବା ବ୍ୟକ୍ତି କାହା ସହ ମିଶିବେ ନାହିଁ । ଯଦି କରୋନା ରୋଗୀଙ୍କ ଶରୀର ଖରାପ ହୁଏ ତାହେଲେ ହସ୍ପିଟାଲରେ ଭର୍ତ୍ତି କରିଦିଅନ୍ତୁ ।


ହୋମ ଆଇସୋଲେସନରେ ଥିବା ରୋଗୀ କଣ କରିବା ଉଚିତ: କରୋନା ଆକ୍ରାନ୍ତ ହୋଇଥିବା ରୋଗୀ ଯେଉଁ ଘରେ ରହିବେ ସେହି ଘରର ଝରକା ଖୋଲା ରଖିବା ଆବଶ୍ୟକ । ରାଗୀ ସବୁବେଳେ ୩ଟି ଲେୟାର ଥିବା ମାସ୍କ ପିନ୍ଧିବା ଉଚିତ । ଏହି ମାସ୍କକୁ ୬ ରୁ ୮ଖଣ୍ଟା ମଧ୍ୟରେ ବଦଳାଇବା ଆବଶ୍ୟକ । ସାବୁନ ଓ ପାଣି ସାହାର୍ଯ୍ୟରେ ହାତକୁ ୪୦ସେକେଣ୍ଡ ପର୍ଯ୍ୟନ୍ତ ଧୋଇବା ଦରକାର । ରୋଗୀର ବାସନ, ତକିଆ, ଡ୍ରେସକୁ ଅଲଗା ରଖନ୍ତୁ ଓ ରୋଗୀ ଅନ୍ୟର ଆସବାପତ୍ର ବ୍ୟବହାର କରିପାରିବେ ନାହିଁ । ରୋଗୀକୁ ଦିନକୁ ୨ଥର ନିଜ ଶରୀରର ତାପମାତ୍ରା ଓ ଅକ୍ସିଜେନ ଯାଞ୍ଚ କରିବା ଉଚିତ । ଶରୀରର ତାପମାତ୍ରା ୧୦୦ଡିଗ୍ରୀ ଉପରକୁ ନରହେ ଯେମିତି । ଯଦି ରୋଗୀକୁ ଅନ୍ୟ କିଛି ରୋଗ ଅଛି ତାହାଲେ ଏକସଙ୍ଗେ ଚିକିତ୍ସା କରିବା ଉଚିତ । କରୋନା ରୋଗୀ ମଦ, ସିଗାରେଟଠୁ ଦୂରେଇ ରୁହନ୍ତୁ । ଡାକ୍ତରଙ୍କ ପରାମର୍ଶକୁ ପାଳନ କରିବା ସହ ନିୟମିତ ଔଷଧ ଖାଆନ୍ତୁ ।


କଣ ଖାଇବା ଦରକାର: କରୋନା ରୋଗୀ ଘରେ ପ୍ରସ୍ତୁତ ହେଉଥିବା ଖାଦ୍ୟକୁ ଅଧିକ ମାତ୍ରାରେ ଖାଇବା ଦରକାର । ଖାଦ୍ୟରେ ନଡ଼ିଆ, କମଳା, ବିମସ୍ , ଡାଲି ଅଧିକ ମାତ୍ରାରେ ଖାଇବା ଦରକାର । ଖାଇବା ବେଳେ ଅଦା, ରସୁଣ ଓ ହଲଦୀ ମସଲା ବ୍ୟବହାର କରିବେ । ପ୍ରତ୍ୟେକ ଦିନ କରୋନା ରୋଗୀ ୮ରୁ ୧୦ ଗ୍ଲାସ ପାଣି ପିଇବା ଦରକାର । କରୋନା ରୋଗୀ କ୍ଷୀର, ଦହି ଖାଇବା ଉଚିତ । ଯେଉଁବ୍ୟକ୍ତିମାନେ ଆମିଷ ଖାଉଛନ୍ତି ବୋନଲେସ ଟିକେନ, ମାଛ ଓ ଅଣ୍ଡାର ଧଳା ଅଂଶ ଖାଇବା ଦରକାର । କିଛି ଖାଇବା ପୂର୍ବରୁ ପ୍ରଥମେ ନିଜ ହାତକୁ ସାବୁନରେ ଥୋଇ ଖାଇବା ଉଚିତ ।