୨୦୧୭ରୁ ଚୀନରେ କରୋନା ଭୂତାଣୁର ସଂକ୍ରମଣ ଜାରି ରହିଛି

0

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ସହ ପ୍ରାୟ ଦେଢ ବର୍ଷ ହେବ ସଂଗ୍ରାମ କରଛି । ଏହି ଭୂତାଣୁ ପାଇଁ ଆମେରିକାର ପୂର୍ବତନ ଟ୍ରମ୍ପ ସରକାର ଚୀନକୁ ଦାୟୀ କରି ଆସୁଥିଲା । ୨୦୧୯ ଶେଷ ଭାଗରେ ଚୀନର ଉହାନରୁ ସୃଷ୍ଟ ଘାତକ ଭୂତାଣୁକୁ ନେଇ ନୂଆ ତଥ୍ୟ ସାମ୍ନକୁ ଆସିଛି । ଏହା ୨୦୧୯ ନୁହେଁ ୨୦୧୬ରୁ ଚୀନରେ ଦେଖା ଦେଇଛି । ଚୀନରେ ବହୁ ଲୋକ ଏହି ଭୂତାଣୁରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିଲେ ମଧ୍ୟ ଚୀନ ସେପର୍ଯ୍ୟନ୍ତ ଏହାକୁ ଗୋପନ ରଖିଥିଲା, ଯେପର୍ଯ୍ୟନ୍ତ ଏହା ଅନ୍ୟ ଦେଶକୁ ସଂକ୍ରମିତ କରି ନ ଥିଲା ବୋଲି କିଛି ଭୂତାଣୁ ଉପରେ ଗବେଷଣା କରିଥିବା ବୈଜ୍ଞାନିକ କହିଛନ୍ତି ।
ତଥ୍ୟ ଅନୁଯାୟୀ, ୨୦୧୬-୧୭ରେ ଚୀନରେ ଏହି ଭୂତାଣୁ ସଂକ୍ରମଣ ଦେଖାଦେଇଥିଲା । ଏଥିରେ୨୫ ହଜାର ଘୁଷୁରୀଙ୍କ ମୃତ୍ୟୁ ଘଟିଥିଲା। ସ୍ବାଇନ ଆକ୍ୟୁଟ ଡାଇରିଆ ସିଂଡ୍ରୋମ କରୋନାଭାଇରସ ନାମକ ଭୂତାଣୁ ଦ୍ୱାରା ଏହି ସଂକ୍ରମଣ ହୋଇଥିଲା । ଏହା ହର୍ସଶୁ ନାମକ ଏକ ପ୍ରଜାତିର ବାଦୁଡ଼ିଠାରୁ ସୃଷ୍ଟି ହୋଇଥିଲା । ଏହି ବାଦୁଡ଼ିମାନଙ୍କ ଯୋଗୁ ୨୦୦୨ରେ ଚୀନରେ ସାର୍ସ ରୋଗ ମଧ୍ୟ ବ୍ୟାପିଥିଲା। ସାର୍ସରେ ୮୦୦୦ ଲୋକ ସଂକ୍ରମିତ ହୋଇଥିଲେ ଏବଂ ୭୭୪ ଜଣ ପ୍ରାଣ ହରାଇଥିଲେ।ତେବେ ଏହି ଭୂତାଣୁ ମନୁଷ୍ୟକୁ ସଂକ୍ରମିତ କରି ପାରି ନ ଥିଲା ।
୨୦୦୪ ପରଠାରୁ ଚୀନରେ ଆଉ ସାର୍ସ ଭୂତାଣୁ ଚିହ୍ନଟ ହୋଇନଥିବା ବେଳେ କିନ୍ତୁ ଗୁଆଙ୍ଗଡୋଙ୍ଗ ପ୍ରଦେଶର ୪ଟି ଘୁଷୁରୀ ଫାର୍ମରେ ସ୍ବାଇନ ଆକ୍ୟୁଟ ଡାଇରିଆ ସିଂଡ୍ରୋମ କରୋନାଭାଇରସ ସଂକ୍ରମଣ ଜାରି ଥିଲା। ଇକୋହେଲ୍ଥ ଆଲାଏନ୍ସ, ଉହାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ ଭାଇରୋଲୋଜି, ଡ୍ୟୁକ୍-ଏନୟୁଏସ ମେଡିକାଲ ସ୍କୁଲ ମିଳିତ ଭାବେ ଏହି ଭୂତାଣୁକୁ ଚିହ୍ନଟ କରିଥିଲେ। ସେତେବେଳେ ବୈଜ୍ଞାନିକମାନେ କହିଥିଲେ ଯେ, ପଶୁମାନଙ୍କଠାରେ କୌଣସି ଭୂତାଣୁକୁ ଖୋଜିବା ଏବଂ ତା ସମ୍ପର୍କରେ ତଥ୍ୟ ହାସଲ କରିବା ଅତ୍ୟନ୍ତ ଜରୁରୀ। କାରଣ ଏହା ମଣିଷଙ୍କ ଶରୀରରେ ପ୍ରବେଶ କରିପାରେ।
କିନ୍ତୁ ୨୦୧୬ରେ ଚୀନ ଘୁଷୁରୀଙ୍କଠାରେ ଦେଖାଦେଇଥିବା କରୋନା ଭୂତାଣୁ ସ୍ବାଇନ ଆକ୍ୟୁଟ ଡାଇରିଆ ସିଂଡ୍ରୋମ କରୋନାଭାଇରସ ବିଷୟରେ ତଥ୍ୟ ଲୁଚାଇଥିଲା। ଏହା ପରେ ୨୦୧୯ରେ ନୂଆ କରୋନା ଭୂତାଣୁର ସୃଷ୍ଟି କରିଥିଲା। ଯେଉଁଥିରେ ଆଜି ସାରା ବିଶ୍ୱ ପୀଡିତ ହୋଇଛି ।