ସାବରମତୀ ନଦୀ ପାଣିରେ କରୋନା ଭୂତାଣୁ

0

ଗାନ୍ଧୀନଗର: ଦେଶରେ କରୋନା ସଂକ୍ରମଣରେ ହ୍ରାସ ପାଉଥିବା ବେଳେ କିନ୍ତୁ ସଂକଟ ଟଳିନାହିଁ । ଦିନ ଗଡିବା ସହ କରୋନାକୁ ନେଇ ନୂଆ ନୂଆ ଆଶ୍ଚର୍ଯ୍ୟ ଚକିତ କରିବା ପରି ତଥ୍ୟ ସାମ୍ନାକୁ ଆସୁଛି । ଏବେ ଏକ ଚକିତ କରିବା ପରି ତଥ୍ୟ ଅହମଦାବାଦରୁ ଆସିଛି । ସାବରମତି ପାଣିରେ ମିଳିଛି କରୋନା ଭୂତାଣୁ । ସାବରମତି ପାଣି ନମୁନା ଟେଷ୍ଟିଂ ପରେ ୨୫ ପ୍ରତିଶତ କରୋନା ସଂକ୍ରମଣ ମିଳିଛି ।
ଏହା ବ୍ୟତୀତ ସାବରମତି ନଦୀ ବ୍ୟତୀତ ଅହମଦା ବାଦର କାକରିୟ।। ଓ ଚନ୍ଦୋଲିର ଦୁଇଟି ପୋଖରୀ ମଧ୍ୟ କରୋନା ଭୂତାଣୁ ମିଳିଛି । ଏପରି କି ଅହମଦାବାଦର ବିଭିନ୍ନ ସ୍ଥାନରେ ପାଣିରେ ଭୂତାଣୁ ଚିହ୍ନଟ ହୋଇଛି । ଆଇଆଇଟି ଗାନ୍ଧୀନଗର ପକ୍ଷରୁ ସାବରମତି ନଦୀ ପାଣିର ନମୁନା ଟେଷ୍ଟିଂ ହୋଇଥିଲା । ଆଇଆଇଟି ମନିଷ କୁମାରଙ୍କ ମୁତାବକ ଯାଞ୍ଚରୁ ପାଣିରେ ୨୫ ପ୍ରତିଶାତ ଭୂତାଣୁ ଥିବା ମିଳିଛି । ମନିଷଙ୍କ ମୁତାବକ, ସାବମତୀ ନଦୀରୁ ୬୯୪, କାଙ୍କରିୟା ପୋଖରିରୁ ୫୪୯ ଓ ଚନ୍ଦୋଲା ପୋଖରିରୁ ୪୦୨ ନମୁନା ସଂଗ୍ରହ ହୋଇଥିଲ।। । ଏଥିରେ ସବୁ ଭୂତାଣୁ ମିଳଛି ।
ଏହି ଅନୁଧ୍ୟାନ ପରେ ଏହା ସ୍ପଷ୍ଟ ହୋଇଛି କି, ପ୍ରାକୃତିକ ଜଳରେ ଏହି ମାରାତ୍ମକ ଭୂତାଣୁ ଜୀବିତ ରହିପାରେ । ତେଣୁ ଅନୁଧ୍ୟାନକ।।ରୀଙ୍କ ଅନୁଯାୟୀ, ଦେଶର ସମସ୍ତ ପ୍ରାକୃତକ ଜଳ ଉତ୍ସର ଯାଞ୍ଚ କରାଯିବ ଆବଶ୍ୟକ । କାରଣ ଦ୍ୱିତୀୟ ଲହରରେ ଭୂତାଣୁର ବହୁତ ଗୁଡିଏ ମ୍ୟୁଟେସନ ଦେଖିବାକୁ ମିଳିଛି ।