ପବନରେ ବ୍ୟାପୁଛି ଭାଇରସ: ବିଶେଷଜ୍ଞ

0

ନୂଆଦିଲ୍ଲୀ: ଭୟଙ୍କର ହୋଇଛି କରୋନା । ଏବେ ଏହା ପବନରେ ମଧ୍ୟ ଜଣଙ୍କଠାରୁ ଅନ୍ୟକୁ ସଂକ୍ରମିତ ହେଉଥିବା କହିଛନ୍ତି ବିଷେଶଜ୍ଞ । ସାର୍ସ କୋଭ-୨ରୁ ସୃଷ୍ଟ କରୋନା ଭୂତାଣୁ ବାୟୁମଣ୍ଡଳରେ ଜଣଙ୍କଠାରୁ ଅନ୍ୟକୁ ସଂକ୍ରମିତ ହେଉଥିବା ମେଡିକାଲ ଜର୍ଣ୍ଣାଲ ଲାନସେଣ୍ଟରେ ପ୍ରକାଶ ପାଇଛି । ବ୍ରିଟେନ, ଆମେରିକା, କାନାଡା, ସିଆଇଆରଇଏସ୍ର କେମିଷ୍ଟ ଜୋସେ-ଲୁସି ଜିମେନଜେ ଓ କୋଲୋରାଡୋ ବୋଲ୍ଡର ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ଏହା ଉପରେ ପରୀକ୍ଷା କରି ଏହି ରିପୋର୍ଟ ପ୍ରଦାନ କରିଛନ୍ତି ।
ତେବେ ପାଟି ନାକରୁ କାଶ, କଥା କହିବା ବେଳେ ବା ଛିଙ୍କିବାରୁ ବାହାରୁଥିବା ଡ୍ରପଲେଟରୁ ଏହା ଅନ୍ୟ ଶରୀରକୁ ସଂକ୍ରମିତ ହେଉନଥିବା ବିଶେଷଜ୍ଞ କହିଛନ୍ତି । ବିଶେଷଜ୍ଞଙ୍କ ଅନୁଯାୟୀ, ଖୋଲା ସ୍ଥାନ ଅପେକ୍ଷା ବନ୍ଦ କୋଠରୀରେ ସଂକ୍ରମଣ ଅଧିକ ବ୍ୟାପୁଛି । ତେଣୁ ଇଣ୍ଡୋର ଭେଣ୍ଟିସେନ ଏହି ସଂକ୍ରମଣକୁ ରୋକିପାରିବ । ପ୍ରାୟ ୪୦ ପ୍ରତିଶତ ସଂକ୍ରମିତ ସାଇଲେଣ୍ଟ ଆକ୍ରାନ୍ତ ବା ଲକ୍ଷଣ ବିହୀନ ରୋଗୀଙ୍କ ପାଇଁ ହେଉଛନ୍ତିଙ୍କଥା କହିବା, ଗୀତ ବୋଲିବା ଦ୍ୱାରା ଏହି ଭୂତାଣୁ ପବନରେ ବ୍ୟାପୁଛି ।