ପ୍ଲାଟୋ ଷ୍ଟେଜରେ ବର୍ତ୍ତମାନ କରୋନା ସ୍ଥିତି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

0

ଭୁବନେଶ୍ୱର-ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ହାର ଧୀରେ ଧୀରେ କମିୁଛି କିନ୍ତୁ ମୃତ୍ୟୁ ସଂଖ୍ୟାରେ ଲାଗୁମି ବ୍ରେକ । ୪ଜିଲ୍ଲାରେ ସଂକ୍ରମଣ ହାର ଅଧିକ ଥିଲା ।ସେହି ୪ ଟି ଜିଲ୍ଲାରେ ସଂକ୍ରମଣ କମିବା ପରେ ଏବେ ପ୍ଲାଟୋ ଷ୍ଟେଜରେ ଅଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ କହିଛନ୍ତି ଯେ ଯଥା ସମ୍ଭବ ସର୍ଭିଲାନ୍ସକୁ ତ୍ୱରାନ୍ୱିତ କରାଯାଉଛି । ଆମକୁ ଏହି ୪ ଜିଲ୍ଲାରେ ଅଧିକ ଫୋକସ୍ ଦେବାକୁ ପଡ଼ିବ କାରଣ ଏଠି ସଂକ୍ରମଣ ପ୍ଲାଟୋ ଷ୍ଟେଜରେ ରହୁଛି। ଅନ୍ୟପଟେ ଏମ୍ସର ନିର୍ଦେଶକ ଗୁଲେରିଆ ଆସନ୍ତା ୬ ରୁ ୭ ସପ୍ତାହ ଭିତରେ ତୃତୀୟ ଲହର ଆସିବ ବୋଲି କହିଛନ୍ତି । ରାଜ୍ୟରେ କରୋନା ପାଇଁ କଟକଣା ଲାଗୁ ହୋଇଛି । କିନ୍ତୁ କଟକଣା କୋହଳ ହେବା ପରେ ଲୋକମାନଙ୍କର ଗହଳି ହିଁ ତୃତୀୟ ଲହର ଆସିବାରେ ସହଜ ହେଇପାରେ । ତେଣୁ ଆଗୁଆ ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ ରହିଛି । ସେଥିପାଇଁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ମଧ୍ୟ ପ୍ରସ୍ତୁତ କରାଯାଉଛି। ଏଣୁ ରାଜ୍ୟରେ ଟିକାକରଣ ଚାଲୁ ରହିବ। ତୃତୀୟ ଲହରରେ ଛୋଟ ପିଲାମାନେ ଅଧିକ ପ୍ରଭାବିତ ହେବେ ତେଣୁ ଏହାକୁ ଦୃଷ୍ଟିରେ ରଖି ଆମର ଟ୍ରେନିଂ ମୋଡାଲିଟି ୫୦ ପ୍ରତିଶତ ଆଗେଇଗଲାଣି।