କେରଳରେ ଏହି ୭ଟି ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଉଛି

କେରଳରେ କରୋନାର ବଢୁଥିବା ମାମଲା ଭିତରେ କେନ୍ଦ୍ର ସରକାରଙ୍କ ରାଜ୍ୟର ୭ଟି ଜିଲ୍ଲା ଉପରେ ନଜର ରଖିଛନ୍ତି।

0

(କେରଳ) : କେରଳରେ କରୋନାର ବଢୁଥିବା ମାମଲା ଭିତରେ କେନ୍ଦ୍ର ସରକାରଙ୍କ ରାଜ୍ୟର ୭ଟି ଜିଲ୍ଲା ଉପରେ ନଜର ରଖିଛନ୍ତି। ଏହା ଭିତରୁ ୫ଟି ଜିଲ୍ଲାରେ ଓଣମ୍ ସମୟରେ ୨୫ ଅଗଷ୍ଟରେ ଶେଷ ହୋଇଥିବା ସପ୍ତାହରେ ୨୦%ରୁ ଅଧିକ ଟେଷ୍ଟ ପିଜିଟିଭିଟି ରେଟ୍ ମିଳିଛି। ଦୁଇଟି ଅନ୍ୟ ଜିଲ୍ଲାରେ ଟେଷ୍ଟ ପଜିଟିଭିଟି ରେଟ୍ କମ୍ ଥିଲା, କିନ୍ତୁ ଗତ ଦୁଇଦିନ ସବୁଠାରୁ ଅଧିକ ନୂଆ ମାମଲା ଓ ମୃତ୍ୟୁର ମାମଲା ରେକର୍ଡ କରାଯାଇଛି। କେନ୍ଦ୍ର ଗୃହସଚିବ ଉଚ୍ଚ ସଂକ୍ରମଣ ଥିବା କେରଳର ଏହି ଅଞ୍ଚଳରେ ନାଇଟ୍ କର୍ଫ୍ୟୁ ଲଗାଇବା ପାଇଁ କହିଛନ୍ତି।

ସୂଚନାନୁଯାୟୀ , କୋଜିକୋଡେ, ୱାୟାନାଡ, ପାଲକ୍କଡ ଏବଂ ମାଲ୍ଲାପୁରମରେ ୨୦.୫% ରୁ ୨୩% ମଧ୍ୟରେ ଟେଷ୍ଟ ପଜିଟିଭ ଆସିଥିଲା। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ୧୬ ଅଗଷ୍ଟରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ଭେଟି ତାଙ୍କୁ ସତର୍କତା ଅବଲମ୍ବନ କରିବାକୁ କହିଥିଲେ। ଉଲ୍ଳେଖନୀୟ ଯେ, ରାଜ୍ୟରେ ଗତ ଦୁଇ ଦିନ ହେବ ଲଗାତାର ୩୦,୦୦୦ରୁ ଅଧିକ ସଂକ୍ରମର ମାମଲା ଆସୁଛି ଓ ୨୬ ଅଗଷ୍ଟରୁ ଟେଷ୍ଟ ପଜିଟିଭିଟି ରେଟ୍ ପ୍ରାୟ ୧୮% ଥିଲା।