ଅଜଣା ଗାଡି ନେଇଗଲା ଦମ୍ପତିଙ୍କ ଜୀବନ

ଅଜଣା ଗାଡି ଧକ୍କା ନେଇଗଲା ଦମ୍ପତିଙ୍କ ଜୀବନ ।

0

(ଖୋର୍ଦ୍ଧା) : ଅଜଣା ଗାଡି ଧକ୍କା ନେଇଗଲା ଦମ୍ପତିଙ୍କ ଜୀବନ । ଖୋର୍ଦ୍ଧା ୧୬ ନଂମ୍ବର ଜାତୀୟ ରାଜପଥର ତାପଙ୍ଗ ଛକ ନିକଟରେ ଅଜଣା ଗାଡି ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକ ଓରମୀ ଗ୍ରାମର ବିକାଶ ଶ୍ରୀଚନ୍ଦନ ଓ ତାଙ୍କ ପତ୍ନୀ ନଳିନୀ ଶ୍ରୀଚନ୍ଦନ।

ସୂଚନାନୁଯାୟୀ , ଉଭୟ ଖୋର୍ଦ୍ଧା ରୁ ନିଜ ଘର ଓରିମୀ ବାଇକ ଯୋଗେ ଯାଉଥିଲେ। ତାପଙ୍ଗ ଛକ ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଘଟଣାର ତଦନ୍ତ କରୁଛି।