(ଶିଳାସ୍ମିତା ରାୟ) ଭୁବନେଶ୍ୱର: ସୁପ୍ରିମ କୋର୍ଟରେ ରାମ ଜନ୍ମଭୂମି – ବାବରୀ ମସଜିଦ ବିବାଦ ଉପରେ ପୁଣି ଥରେ ଶୁଣାଣୀ ହୋଇଛି । ଆଜି ହେଉଛି ପ୍ରତ୍ୟହ ଶୁଣାଣୀର ୩୦ ତମ ଦିନ । ମୁୁସଲମାନ ପକ୍ଷର ଓକିଲ ରାଜୀବ ଧବନ କୋର୍ଟରେ ଦଲିଲ ଉପସ୍ଥାପନ କରୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ହିନ୍ଦୁ ପକ୍ଷରୁ ନିର୍ମୋହୀ ଆଖଡା, ହିନ୍ଦୁ ମହାସଭାର ଓକିଲ ସେମାନଙ୍କ ପକ୍ଷ ରଖିଛନ୍ତି । ମଙ୍ଗବାର ରାଜୀବ ଧବନଙ୍କ ପରେ ଜଫରୟାବ ଜିଲାନୀ ତାଙ୍କ ପକ୍ଷ ରଖୁଛନ୍ତି ।
ଜିଲାଲୀ କହିଛନ୍ତି, ଜନ୍ମସ୍ଥଳରେ ରାମଜନ୍ମକୁ ନେଇ ଲୋକଙ୍କ ବିଶ୍ୱାସ ତ ଅଛି କିନ୍ତୁ ପ୍ରମାଣ ନାହିଁ । ସେ ଆହୁରି କହିଛନ୍ତି, ଦଲିଲ ଉପରେ ତିନୋଟି ଆଧାର ଦିଆଯାଇଛି, ରାମ ଚରିତ ମାନସ, ବାଲ୍ମିକ ରାମାୟଣ ମଧ୍ୟ ଏଥିରେ ସାମିଲ ଅଛି । ଯାଚିକା କର୍ତ୍ତାଙ୍କୁ ପ୍ରମାଣିତ କରିବାର ଅଛି କି କେଉଁ କେଉଁ ପୁସ୍ତକରେ ଏହାର ଉଲ୍ଳେଖ ରହିଛି ତାହା କୁହନ୍ତି । କାରଣ ସେଥିରେ ରାମ ଜନ୍ମସ୍ଥାନକୁ ନେଇ କୌଣସି ଉଲ୍ଲେଖ ନାହିଁ । ଏହା ଉପରେ ଜଷ୍ଟିସ ବୋବଡେ ପଚାରିଛନ୍ତି, କଣ ଆପଣ ଏହି ପ୍ରମାଣ ଦେଇପାରିବେ କି ୧୯୪୯ ପୂର୍ବରୁୁ ସେଠାରେ ନିୟମିତ ନମାଜ ପାଠ କରାଯାଉଥିଲା? ଏହାର ଉତ୍ତରରେ ଜିଲାନି କହିଛନ୍ତି, ପ୍ରମାଣ ମୌଖିକ ଅଛି, ଲିଖିତ ନାହିଁ । ଏହାପରେ ଜଷ୍ଟିସ ଅଶୋକ ଭୂଷଣ କହିଥିଲେ ହିନ୍ଦୁ ପକ୍ଷ ବି ରାମାୟଣ, ରାମଚରିତ ମାନସରେ ଅଯୋଧ୍ୟାରେ ଦଶରଥ ମହଲରେ ରାମଙ୍କ ଜନ୍ମର ଉଲ୍ଲେଖ ଅଛି, କିନ୍ତୁ ଜାଗାର ଉଲ୍ଲେଖ ନାହିଁ । ଏହାକୁ ଉଲ୍ଲେଖ କରି ଜଷ୍ଟିସ ଚନ୍ଦ୍ରଚୁଡ କହିଛନ୍ତି, ଦୁଇଟି ଗ୍ରନ୍ଥରେ ଅଯୋଧ୍ୟରେ ରାମଜନ୍ମର ଉଲ୍ଲେଖ ଅଛି । ଏହାର ଅର୍ଥ କଣ ଅଯୋଧ୍ୟାରେ କେଉଁଠାରେ ବି ରାମ ଜନ୍ମଭୂମିର ଦାବି କରିଦେବୁ । ଜଲାନି କହିଛନ୍ତି ରାମଚବୁତରା ମନ୍ଦିର ତ କୌଣସି ପୁରୁଣା ମନ୍ଦିର ନୁହେଁ ।