BJD ସାଂସଦ ଅନୁଭବ ମହାନ୍ତିଙ୍କ ସମ୍ମାନହାନୀ ଅଭିଯୋଗରେ ଓଡିଶା ଟେଲିଭିଜନକୁ କୋର୍ଟ ସମନ

0

ଭୁବନେଶ୍ୱର : ଓଡିଶା ଟେଲିଭିଜନକୁ ଦିଲ୍ଲୀ କୋର୍ଟ ସମନ ଜାରି କରିଛନ୍ତି । ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ସମ୍ମାନକୁ ଆକ୍ଷେପ କଲାଭଳି ଉଦ୍ୟମକୁ ନେଇ ହୋଇଥିବା ଆବେଦନରେ କୋର୍ଟ ସମନ ଜାରି କରିଛନ୍ତି । ଓଡ଼ିଶା ଟେଲିଭିଜନ ଲିମିଟେଡ୍ ଏମ୍ଡି ଓ ଏଡିଟର ଇନ୍ ଚିଫଙ୍କୁ ଦିଲ୍ଲୀ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ସମନ ପଠାଇଛନ୍ତି । ଅନୁଭବ ମହାନ୍ତିଙ୍କ ଦାଖଲ ହୋଇଥିବା ପ୍ରମାଣରୁ ପ୍ରାଥମିକ ଯାଞ୍ଚରେ ସମ୍ମାନହାନୀ ପାଇଁ ଉଦ୍ୟମ ହୋଇଥିବା ଜାଣିବାକୁ ପାଇଛନ୍ତି କୋର୍ଟ । ଆଇପିସି ଧାରା ୫୦୦ ଓ ୩୪ ଅନୁସାରେ ଦଣ୍ଡିତ ହେବା ଭଳି କାର୍ୟ୍ୟ କରିଛନ୍ତି । ସେଥିଲାଗି ମାର୍ଚ୍ଚ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ମାର୍ଚ୍ଚ ୨୭ତାରିଖ ସୁଦ୍ଧା କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସାଂସଦ ଅନୁଭବ ମହାନ୍ତିଙ୍କ ସମ୍ମାନକୁ ନେଇ ବହୁଥର ଓଡିଶା ଟେଲିଭିଜନ ୟୁଟ୍ୟୁବ, ଇମେଲ୍ ଓ ଅନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଖବର ପ୍ରସାରିତ କରିଥିବା ଅନୁଭବ ଆବେଦନରେ ଅଭିଯୋଗ କରିଛନ୍ତି ।