ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଫ୍ରେଞ୍ଚ ପ୍ରତିନିଧିମଣ୍ଡଳଙ୍କ ସୌଜନ୍ୟମୂଳକ ସାକ୍ଷାତ

0

ଭୁବନେଶ୍ୱର : ଆଜି ପୂର୍ବାହ୍ନରେ କଲିକତାରେ ଥିବା କନସୋଲାଟ ଜେନେରାଲ ଡେଡିଅର ଡ଼ାଲପେନଙ୍କ ନେତୃତ୍ୱରେ ଫ୍ରେଞ୍ଚ ପ୍ରତିନିଧି ମଣ୍ଡଳ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଲୋକସେବା ଭବନ ପ୍ରକୋଷ୍ଠରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ | ଶିକ୍ଷାକ୍ଷେତ୍ରରେ ଓଡିଶା ଏବଂ ଫ୍ରାନ୍ସ ମଧ୍ୟରେ ଫ୍ରେଞ୍ଚ ଏବଂ ଓଡ଼ିଆ ଭାଷାର ପ୍ରଚଳନ ଏବଂ ସାଂସ୍କୃତିକ କ୍ଷେତ୍ରରେ ଆଦାନ ପ୍ରଦାନ ଓ ଉନ୍ନତି ପାଇଁ ଆଲୋଚନା ହୋଇଥିଲା | ଓଡିଶା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ରମ ଏବଂ ୫ଟି ରୂପାନ୍ତରଣ କାର୍ଯ୍ୟକ୍ରମର ସେମାନେ ଭୁୟସୀ ପ୍ରଶଂସା କରିଥିଲେ | ଏହି ଅବସରରେ ରାଜ୍ୟ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦେଶକ ,ଫ୍ରେଞ୍ଚ ଡେଲିଗେସନରେ ଆସିଥିବା ଏମାନୁଏଲ ଲେବୁନ – ଡାମିଏନସ , ଫାତିହା କାମୋସି , ଅଲିଶାଗନି ଓ ଅଞ୍ଜିତ ରାୟ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ |