ରାଜ୍ୟରେ ତିଆରି ହେବ ଆଉ ୩ କୋଭାସ ମେସିନ

0

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ତିଆରି ହେବ ଆଉ ୩ କୋଭାସ ମେସିନ । କୋରୋନା ମୁକାବିଲା ପାଇଁ ଏବେ ରାଜ୍ୟରେ ସବୁ ବିଭାଗ ଏକତ୍ର ହୋଇ କାର୍ଯ୍ୟ କରୁଛନ୍ତିି । ରାଜ୍ୟ ବାସୀଙ୍କୁ କୋରାନା କବଳରୁ କିପରି ରକ୍ଷା କରିବେ ତାହାହିଁ ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ ରହିଛି । କୋରୋନା ସଂକ୍ରମଣର ନମୂନା ପରୀକ୍ଷା କରିବା ପାଇଁ ଆସନ୍ତା ଦୁଇ ମାସ ଭିତରେ ରାଜ୍ୟର ୩ଟି ସ୍ଥାନରେ ଉଚ୍ଚ କ୍ଷମତା ସମ୍ପର୍ଣ୍ଣର୍ର୍ କୋଭାସ ମେସିନ ସ୍ଥାପନ କରିବାକୁ ସରକାର ନିଷ୍ପତି ନେଇଛନ୍ତି । ଯାହାକି ବର୍ତମାନ ରାଜ୍ୟରେ ଭୁବନେଶ୍ୱର ସ୍ଥିତ ଆରଏମଆରସି ରେ ଏହି କୋଭାଶ ମେସିନ ଅଛି । ଆଗାମୀ ଦିନରେ ରାଜ୍ୟର ୩ଟି ଜିଲ୍ଲା ବଲାଙ୍ଗୀର, କୋରାପୁଟ ଓ ବାଲେଶ୍ୱରରେ କୋଭାସ ମେସିନ ପ୍ରସ୍ଥୁତ ହେବା ନେଇ କହିଛନ୍ତି ଶିଳ୍ପ ବିଭାଗ ସଚିବ ହେମନ୍ତ ଶର୍ମା । କରୋନା ମୁକାବିଲା ପାଇଁ ଆଗୁଆ ୬ ମାସର ଯୋଜନା ପ୍ରସ୍ତୁତ କରାଯାଇଛି। ଏପରିକି କରୋନା ଯୁଦ୍ଧରେ ବିଜୟ ପାଇଁ ଅତ୍ୟାବଶ୍ୟକ ଚିକିତ୍ସା ସାମଗ୍ରୀ କମ୍‌ ସମୟରେ ପହଞ୍ଚାଇବା କାର୍ୟ୍ୟକୁ ତିନି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମଟି ହେଲା ମେଡିସିନ, ଦ୍ୱିତୀୟଟି ହେଲା ଭେଣ୍ଟିଲେଟରଠାରୁ ଆରମ୍ଭ କରି କୋଭିଡ୍‌ ହସ୍ପିଟାଲର ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ତୃତୀୟ ହେଲା ଟେଷ୍ଟିଂ ସରଞ୍ଜାମ। ପ୍ରତିଦିନ ଗ୍ରୁପ୍‌ କଲ୍‌ ମାଧ୍ୟମରେ ଏହି କାର୍ୟ୍ୟକୁ ଆଗେଇ ନିଆଯାଉଛି। କେଉଁଠୁ ଆସିବ ଏବଂ କେମିତି ଆସିବ ସେନେଇ ବିତରକମାନଙ୍କ ସହ ଆଲୋଚନା କରାଯାଉଛି। ନମୁନା ପରୀକ୍ଷଣକୁ ଦ୍ୱିଗୁଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅଧିକ ପ୍ରାଥମିକତା ଦିଆଯାଇ ପଦକ୍ଷେପ ନିଆଯାଉଛି। ତେଣୁ କୋଭାସ୍‌ ମେଶିନ କାର୍ୟ୍ୟକ୍ଷମ ହେବାପରେ ହିଁ ଦିନକୁ ଓଡ଼ିଶାରେ ୨୫୦୦ ଟେଷ୍ଟିଂ କରିବାକୁ ସମ୍ଭବ ହେଉଛି ବୋଲି ହେମନ୍ତ ଶର୍ମା କହିଛନ୍ତି।