ତତ୍ପର ହେଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ଚିଠି ଲେଖି ନୂଆ ଗାଇଡ୍ ଲାଇନ୍ ଫଲୋ କରିବାକୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଅବଗତ କରିଲା ।

0

ନୂଆଦିଲ୍ଲୀ : ଦେଶରେ ଧୀରେ ଧୀରେ ବଢିବାରେ ଲାଗିଛି କୋରନାର ଦୈନିକ ସଂକ୍ରମଣ । ଏହାକୁ ନଜରରେ ରଖି ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଚିଠି ଲେଖି ନୂଆ ଗାଇଡ ଲାଇନ୍ ବାବଦରେ ଅବଗତ କରାଇଛନ୍ତି । ଏହି ସହିତ କିଛି ରାଜ୍ୟରେ ଆବଶ୍ୟକୀୟ ଟେଷ୍ଟିଂ ହେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଚି ଗତ କିଛି ମାସ ତଥା ଦିନ ହେବ କୋଭିଡ ଟେଷ୍ଟିଂ ସଂଖ୍ୟା ଦେଶରେ ଅହେତୁକ ହ୍ରାସ ପାଇଛି । କିନ୍ତୁ ସେହି ତୁଳନାରେ ସଂକ୍ରମଣ ବଢି ଚାଲିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ହୁ ସ୍ଥିର କରିଥିବା ଟାର୍ଗେଟ ଠାରୁ ଯଥେଷ୍ଟ କମ୍ ରହିଛି । ପ୍ରତି ମିଲିୟନ ବା ୧୦ ଲକ୍ଷ ଜନ ସଂଖ୍ୟାରେ ଅତି କମରେ ୧୪୦ ଟେଷ୍ଟ କରିବାକୁ ନିୟମ ରହିଥିବା ବେଳେ ସେତିକି ପ୍ରତି ରାଜ୍ୟ କରୁନାହିଁ । କିଛି ରାଜ୍ୟ କେବଳ କମ୍ ଦକ୍ଷତା ଥିବା ରାପିଡ୍ ଆଣକ୍ଟିଜେନ୍ ଟେଷ୍ଟ ଉପରେ ମଧ୍ୟ ନିର୍ୱର କରୁଛନ୍ତି । ଜିଲ୍ଲା ଓ ବ୍ଲକ୍ ସ୍ତରରେ ହେଉଥିବା ଟେଷ୍ଟିଂରେ ଫରକ ରହୁଛି । ତେଣୁ ବର୍ତମାନ ଟେଷ୍ଟିଂ ବୃଦ୍ଧି କରିବା ନିହାତି ଆବଶ୍ୟକ ହୋଇ ପଡିଛି । ୟଦି କୌଣସି ଅଂଚଳରେ ମାତ୍ରାଦିଖ ରୋଗୀ ଚିହ୍ନଟ ହେଉଛନ୍ତି ତାହାଲେ ସେହି ସ୍ଥାନକୁ ହଟ୍ସ୍ପଟ୍ ଭାବେ ଚିହ୍ନଟ କରାଯାଉ । ଏହା ସହ ସଂକ୍ରମଣର ଚେନ୍ ବ୍ରେକ କରିବାକୁ ପରାମର୍ଶ ଦିଆଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ କ୍ଷ ରୁ ସାମ୍ଭବ୍ୟ ସଂକ୍ରମଣ ମୁକାବିଲା ରୋକିବା ପାଇଁ ମକ୍ ଡ୍ରିଲ ଆରମ୍ବ କରିବାକୁ କୁହା ଯାଇଛି । ହସପିଟାଲରେ ଆବଶ୍ୟକୀୟ ଔଷଧ, ବେଡ୍, ଅକ୍ସିଜେନ୍ ସମେତ ଟିକାକରଣକୁ ଜୋର କରିବାକୁ ପରାମର୍ଶ ଦିଆ ଯାଇଛି । ଦେଶବ୍ୟାପୀ ଆସନ୍ତା ଏପ୍ରିଲ ୧୦ ଓ ୧୧ ତାରିଖରେ ମକଡ୍ରିଲ କରିବାକୁ ଯୋଜନା ରଖା ଯାଇଛି । ଏହା ଉଭୟ ଘରୋଇ ଓ ସରକାରୀ ଡାକ୍ତରଖାନାରେ ହେବ । ଏହା ସହ ମାର୍ଚ୍ଚ ୨୭ ତାରିଖରେ ନୂଆ ବିସ୍ତୃତ ଗାଇଡ୍ ଲାଇନ୍ ଜାରି ହେବ ।