ଗତ ୨୪ ଘଣ୍ଟାରେ ଗୁରୁଗ୍ରାମରୁ ୧୨୯ କରୋନା ସଂକ୍ରମିତ ଚିହ୍ନଟ

ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ହିଁ ବୃଦ୍ଧି ହେବାର ଆଶଙ୍କା ପ୍ରକାଶ ପାଇଛି।

0

(ଦିଲ୍ଲୀ) : ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ହିଁ ବୃଦ୍ଧି ହେବାର ଆଶଙ୍କା ପ୍ରକାଶ ପାଇଛି। ସଂକ୍ରମଣ ହ୍ରାସ ପାଇଥିବାରୁ ବିଭିନ୍ନ ରାଜ୍ୟର ସରକାରମାନେ ସମସ୍ତ ପ୍ରକାରର କରୋନା କଟକଣା ପ୍ରତ୍ୟାହାର କରି ନେଇଛନ୍ତି।

କିନ୍ତୁ କଟକଣା ପ୍ରତ୍ୟାହାର ହେବାର କିଛି ମାସ ପରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ସଙ୍କେତ ମିଳିଲାନି। ବିଶେଷ କରି ଦିଲ୍ଲୀ ଓ ହରିଆଣାରେ ମାସ୍କ ନିୟମ କୋହଳ ହେବା ପରେ କରୋନାର ଦୈନିକ ସଂକ୍ରମଣ ବଢ଼ିଛି।


ଦୀର୍ଘ ଗୋଟିଏ ମାସ ପରେ ହରିଆଣାର ଗୁରୁଗ୍ରାମରେ ଦୈନିକ ସଂକ୍ରମଣ ଉପର ମୁହାଁ ହୋଇଛି। ଗୁରୁଗ୍ରାମରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମସ୍ତଙ୍କ ଚିନ୍ତା ବଢ଼ିଛି। ହରିଆଣା ସରକାର ମାସ୍କ ପିନ୍ଧିବା ଆଉ ବାଧ୍ୟତାମୂଳକ ନୁହେଁ ବୋଲି କହିବା ପରେ ହିଁ ସଂକ୍ରମଣ ବୃଦ୍ଧି ପାଇଛି।