ନାଗପୁରରେ କୋଭିଡର ତୃତୀୟ ଲହର, ଫେରିବ କଟକଣା

0

ମୁମ୍ବାଇ(ରିପୋର୍ଟସ ଟୁଡେ) : ଦ୍ୱିତୀୟ ଲହରର ପ୍ରଭାବ କମିଆସୁଥିବା ବେଳେ ପୁଣି ତୃତୀୟ ଲହର ଆସି ପହଞ୍ଚିଛି । ମହାରାଷ୍ଟ୍ରର ନାଗପୁରେ କୋଭିଡ ସଂକ୍ରମଣ ମାମଲା ହଠାତ ବୃଦ୍ଧି ପାଇଛି । ଏଥିପାଇଁ ନାଗପୁରରେ ଖୁବଶିଘ୍ର କଟକଣା ଫେରିବା ନେଇ ଶକ୍ତି ମନ୍ତ୍ରୀ ନିତୀନ ରାଉତ ସୂଚନା ଦେଇଛନ୍ତି । ୩ରୁ ୪ ଦିନ ମଧ୍ୟରେ ଲକଡାଉନ ହେବା ନେଇ ନିଷ୍ପତି ନିଆଯିବ । ମହାରାଷ୍ଟ୍ରରେ କରୋନା ମାମଲା ସଂକ୍ରମଣ ବଢିବାରେ ଲାଗିଛି । ମହାରାଷ୍ଟ୍ରରେ ୬୪,୮୯,୮୦୦ ଜଣ ସଂକ୍ରମିତ ହୋଇଥିବା ବେଳେ ୧,୩୭,୮୧୧ ଜଣକର ମୃତ୍ୟୁ ହୋଇଛି ।