ବିପଦକୁ ଆମନ୍ତ୍ରଣ

ଦିପାବଳୀରେ ବିପଦକୁ ଡାକରା

0

ବ୍ୟୁରେ: ଆଲୋକର ପର୍ବ ଦୀପାବଳି  । ସନାତନ ଧର୍ମ ଅନୁଯାୟୀ, ଦୀପାବଳିରେ ମନ୍ଦିର ଏବଂ ଘରେ ଦୀପ ଲଗାଯାଇଥାଏ  । ଏହା ସହ ମା ଲକ୍ଷ୍ମୀ, ଶ୍ର ଗଣେଷ ଏବଂ ମା କାଳୀଙ୍କର ପୂଜା ଆରଧନା କରାଯାଏ  । କିନ୍ତୁ ବର୍ତ୍ତମାନ ପୂଜାପାଠ ଏବଂ ଦୀପ ଲଗାଇବା ଗୋଟେ ପଟେ ହେଲେ ଦୀପାବଳୀରେ ବାଣ ଫୁଟାଇ ସେଲିବ୍ରେସନ କରିବାକୁୂ ବେଶି ପ୍ରାଧାନ୍ୟ ଦିଆଯାଉଛି  । ଦୀପାବଳୀ ଆସିଲେ ସର୍ବପ୍ରଥମେ  ଛୋଟ ଠାରୁ ବଡ ଯାଏ ବାଣ ଫୁଟାଇବା ପାଇଁ  ବେଶି ଉତ୍ସାହି ରହୁଛନ୍ତି । କିନ୍ତୁ ଆପଣ ଜାଣନ୍ତି କି କିଛି ବାଣ ଏମିତି ଯାହାଦ୍ୱରା ବାୟୁ ପ୍ରଦୂଷଣ ବଢିଥାଏ  । ଯାହା ଆମ ଶରୀର ପାଇଁ ଅତ୍ୟନ୍ତ କ୍ଷତି କାରକ ଅଟେ  । ତେବେ ଆସନ୍ତୁ ଜାଣିବା କେଊଁ ଫାୟାରକ୍ରାକ୍ କେତେ ପ୍ରଦୂଷଣ ବିସ୍ତାର କରିଥାଏ  ।

ପ୍ରଥମେ ରହିଛି ହଣ୍ଟର ବମ  ।ଏହା  ଦା୍ୱରା  ପ୍ରାୟ ୨୮,୯୫୦ ମାଇକ୍ରୋଗ୍ରାମ୍ର କଣିକା ନିର୍ଗତ ହୁଏ  । ଯଦି ଆପଣ ଗୋଟିଏ ହଣ୍ଟର ବୋମା ଜଳାଉଛନ୍ତି ଏହା ୨ ହଜାର ୯୩୨ ଟି ସିଗାରେଟ୍ ଜଳାଇବା ସହ ସମାନ  । ଏଥିରୁ ଜାଣି ପରୁଥିବେ ଏହା କେତେ ବିପଦ ଜନକ  ।ଆଉ ଏକ ବାଣ ହେଉଛି ସାପ ବୁଲେଟ୍   । ଗୋଟିଏ ସାପ ବୁଲେଟ୍ ଜଳିବା ଦ୍ୱାରା ୬୪ ହଜାର ୫୦୦ ମାଇକ୍ରୋଗ୍ରାମ୍ର କଣିକା ନିର୍ଗତ ହୋଇଥାଏ  । ଯାହା ୨ ହଜାର ୯୩୨ଟି ସିଗାରେଟ୍ ଜଳାଇବା ସହ ସମାନ   । ଦର୍ଶକ ବନ୍ଧୁ ଆପଣ ଏହି ତାଲିକାରୁ ଜାଣି ପରୁଥିବେ ଯେ ମାତ୍ରା କିଛି ମହୂର୍ତ୍ତର ଖୁସି ମନେଇବା ପାଇଁ ଆମେ କେତେ ମାତ୍ରାରେ ପ୍ରଦୂଷଣର ମାତ୍ରା ବଡାଉଛୁ  ।  ଏଭଳି ବହୁ ବାଣ ରହିଛି ଯାହା ଦ୍ୱାରା ପରିବେଶ ପ୍ରଦୂଷଣ ବଢିଥାଏ  ।ତେବେ ଏଥି ପାଇଁ ସରକାରଙ୍କ ତରଫୁର ବାଣ ଫୁଟାଇବା ଉପରେ ରୋକ ଲଗାଯାଇଛି  । ଏଥର ଦୀପାବଳିରେ ବାଣ ନ ଫୁଟାଇ ଘରେ ଦୀପ ଲଗାଇ  ମିଠା ଖାଇ ପାଳନ କରିବା ଆବଶ୍ୟକ  ।