ଓଡ଼ିଶାର ୧୫ ଜିଲ୍ଲାରେ ପ୍ରତିଷ୍ଠା ହେବ କ୍ରିକେଟ ଏକାଡେମୀ

ରାଜ୍ୟର ୧୫ ଜିଲ୍ଲାରେ ପ୍ରତିଷ୍ଠା ହେବ କ୍ରିକେଟ ଏକାଡେମୀ । ସୋମବାର ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ ପକ୍ଷରୁ ଶିଳାନ୍ୟାସ ପର୍ବ ଆୟୋଜିତ ହୋଇଥିଲା । କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥିଭାବେ ଯୋଗେ ଭର୍ଚୁଆଲରେ ଶିଳାନ୍ୟାସ କରିଥିଲେ ।

0

(ଭୁବନେଶ୍ୱର) : ରାଜ୍ୟର ୧୫ ଜିଲ୍ଲାରେ ପ୍ରତିଷ୍ଠା ହେବ କ୍ରିକେଟ ଏକାଡେମୀ । ସୋମବାର ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ ପକ୍ଷରୁ ଶିଳାନ୍ୟାସ ପର୍ବ ଆୟୋଜିତ ହୋଇଥିଲା । କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥିଭାବେ ଯୋଗେ ଭର୍ଚୁଆଲରେ ଶିଳାନ୍ୟାସ କରିଥିଲେ । ଆସନ୍ତା ୩ ମାସ ମଧ୍ୟରେ ସମସ୍ତ ଏକାଡେମୀର କାର୍ଯ୍ୟ ଶେଷ କରିବାକୁ ଓସିଏ ଲକ୍ଷ୍ୟ ରଖିଛି ।

ସୂଚନାନୁଯାୟୀ , ସମ୍ବଲପୁର, ନୂଆପଡ଼ା, ମୟୂରଭଞ୍ଜ, ଗଜପତି, କଟକ, ବାଲେଶ୍ୱର, ଯାଜପୁର, ଭଦ୍ରକ, ସୁନ୍ଦରଗଡ଼, ଅନୁଗୋଳ, ବଲାଙ୍ଗୀର, ଖୋର୍ଦ୍ଧା, ଢ଼େଙ୍କାନାଳ, ସୋନପୁର ଓ ଭୁବନେଶ୍ୱରରେ କ୍ରିକେଟ୍‌ ଏକାଡେମୀ ପ୍ରତିଷ୍ଠା ହେବ ।