କ୍ରିକେଟ ଧାୱନ ଏବେ ସିନେମାରେ 

0

ବ୍ୟୁରୋ / ରିପୋଟର୍ସ ଟୁଡେ : ଭାରତୀୟ କ୍ରିକେଟ ଦଳର ଓପନର ଶିଖର ଧାୱନ ତାଙ୍କ କ୍ୟାରିୟର ନୂଆ ରୂପରେ ନେବାକୁ ଯାଉଛନ୍ତି । ବର୍ତ୍ତମାନ ସେ ବଲିଉଡରେ ଡେବ୍ୟୁ କରିବାକୁ ପ୍ରସ୍ତୁତ ହେଉଛନ୍ତି । ତାଙ୍କ ସହ ବଲିଉଡ ଅଭିନେତ୍ରୀ ହୁମା କୁରେଶି ଓ ଏବଂ ସିନାକ୍ଷୀ  ସିହ୍ନାଙ୍କୁ ଦେଖିବାକୁ ମିଳିବ । ଫିଲ୍ମଟିର ନାମ ରହିଛି ଡବଲ ଏକ୍ସଏଲ । ଏହାକୁ ହୁମା ପୋଷ୍ଟ କରିଛନ୍ତି ଇନଷ୍ଟାଗ୍ରାମରେ ।

ଧାୱନ ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ପୋଷ୍ଟ କରି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ରିଲ ତିଅରି କରିବାରେ ଖୁବ ଆଗ୍ରହୀ ମଧ୍ୟ । ଏହି ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଦେଇଛନ୍ତି ସତ୍ୟରାମ ରାମଣି । ଏହି ଚଳଚ୍ଚିତ୍ରଟି ଅଧିକ ଓଜନ ମହିଳାଙ୍କ ବିଷୟରେ ଆଧାରିତ। ଏଥିରେ ମୁଖ୍ୟ ଅଭିନେତା ଭାବରେ ଶିଖର ଧାୱନଙ୍କୁ ଦେଖିବାକୁ ମିଳିବ ନାହିଁ। ବରଂ ଚଳଚ୍ଚିତ୍ରରେ ତାଙ୍କର ଏକ କ୍ୟାମିଓ ରୋଲ୍ରେ ନଜର ଆସିବେ। ଏହା ୧୪ ଅକ୍ଟୋବରରେ ରିଲିଜ୍ ହେବ।