ପରଲୋକରେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର୍ ଶେନ୍ ୱାର୍ଣ୍ଣ

ପରଲୋକରେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର୍ ଶେନ୍ ୱାର୍ଣ୍ଣ ।

0

(ଅଷ୍ଟ୍ରେଲିଆ) : ପରଲୋକରେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର୍ ଶେନ୍ ୱାର୍ଣ୍ଣ । ଥାଇଲାଣ୍ଡରେ ୫୨ ବର୍ଷ ବୟସରେ ହୃଦଘାତରେ ଓ୍ୱାର୍ଣ୍ଣଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମୃୱାର୍ଣ୍ଣଙ୍କ ଦେହାନ୍ତ ଖବର ପାଇଁ କ୍ରିକେଟ୍‌ ଜଗତ ସ୍ତବ୍ଧ ହୋଇପଡ଼ିଛି।

ସୂଚନାନୁଯାୟୀ , କିଛି ଘଣ୍ଟା ତଳେ ୱାର୍ଣ୍ଣ ନିଜ ଦେଶର କ୍ରିକେଟର୍ ରଡନୀ ମାର୍ଶଙ୍କ ଦେହାନ୍ତରେ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଥିଲେ। ୱାର୍ଣ୍ଣ ଥାଇଲାଣ୍ଡର ଏକ ଭିଲ୍ଲାରେ ଥିଲେ, ଯେଉଁଠାରେ ଶନିବାର ସକାଳ (ଅଷ୍ଟ୍ରେଲିଆ ସମୟାନୁସାରେ) ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। କିନ୍ତୁ ଡାକ୍ତରୀ ଦଳର ଆପ୍ରାଣ ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଯାଇ ପାରିନଥିଲା। ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବା ଅନୁମାନ କରାଯାଉଛି।