ଦ୍ଵିତୀୟ ବିବାହକୁ କେନ୍ଦ୍ରକରି ଜ୍ୱାଇଙ୍କ ଯୌନାଙ୍ଗ କାଟିଲେ ଶ୍ୱଶୁର ଘର ଲୋକ

0

 (ବାଲେଶ୍ୱର/ ଅଜିତ ସାହୁ): ଦ୍ୱିତୀୟ ବିବାହ ପଡିଲା ମହଙ୍ଗା । ଦ୍ଵିତୀୟ ବିବାହକୁ କେନ୍ଦ୍ରକରି ଜ୍ୱାଇଙ୍କ ଯୌନାଙ୍ଗ କାଟିଲେ ଶଶୁର ଘର ଲୋକେ। ନ୍ୟାୟ ପାଇଁ ଥାନାରେ ଅଭିଯୋଗ କଲେ ଜ୍ୱାଇ ।
ଏଭଳି ଘଟଣା ଘଟିଛି ବାଲେଶ୍ୱର ଜଲ୍ଲା ଭୋଗରାଇ ଥାନା ଅଞ୍ଚଳରେ। ଭୋଗରାଇ ଥାନା ଅଞ୍ଚଳର ଜଣେ ଵ୍ୟକ୍ତି ୧୦ ବର୍ଷ ପୂର୍ବରୁ ବିବାହ କରିଥିଲେ। ମାତ୍ର ୩ ମାସ ପୂର୍ବରୁ ପ୍ରେମ କରି ପୁଣି ଦ୍ୱିତୀୟ ବିବାହ କରିଥିଲେ । ଏହି ଦ୍ୱିତୀୟ ବିବାହ ବିଷୟରେ ପ୍ରଥମ ସ୍ତ୍ରୀ, ଦ୍ୱିତୀୟ ସ୍ତ୍ରୀ ଓ ପରିବାର ଲୋକେ ଜାଣି ନଥିଲେ। ପରେ ବିବାହ କଥା ଉଭୟ ପରିବାର ଜାଣିବା ପରେ ଅସନ୍ତୁଷ୍ଟ ଥିଲେ। ଏହାପରେ ୨ସ୍ତ୍ରୀ ଓ ପରିବାର ଭିତରେ ଆପୋସ ବୁଝାମଣା ହୋଇଥିଲା । ଯୁବକ ଜଣକ ଭୋଗରାଇ ବ୍ଲକ ଥାନାଛକ ନିକଟରେ ଏକ ଭଡାଘରେ ଉଭୟ ପତ୍ନୀ ଓ ପିଲାଙ୍କ ସହ ରହୁଥିଲେ । ତେବେ କୌଣସି କଥାକୁ କେନ୍ଦ୍ର କରି ଦ୍ୱିତୀୟ ସ୍ତ୍ରୀର ବାପ ଘର ଲୋକେ ପ୍ରତିଶୋଧ ପରାୟଣ ହୋଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଗୁପ୍ତାଙ୍ଗ କାଟି ଦେଇଛନ୍ତି। ଫଳରେ ଯୁବକ ଗୁରୁତର ହୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେବା ସହ ଭୋଗରାଇ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ ଚଳାଇଛି ।