ଉଦ୍ଧାର ହେଲା ମୃତ ବଉଳା କୁମ୍ଭୀର

କାଣୀ ନଦୀ କୂଳରୁ ବଉଳା କୁମ୍ଭୀର ମୃତଦେହ ଉଦ୍ଧାର ହୋଇଛି

0

(ପଟ୍ଟାମୁଣ୍ଡାଇ) : ଉଦ୍ଧାର ହେଲା ବଉଳା କୁମ୍ଭୀରର ମୃତଦେହ । କାଣୀ ନଦୀ କୂଳରୁ ବଉଳା କୁମ୍ଭୀର ମୃତଦେହ ଉଦ୍ଧାର ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅରାଜି ଗ୍ରାମ ନିକଟରେ ଥିବା କାଣୀ ନଦୀ କୂଳରୁ ଏକ ୮ ଫୁଟ ଲମ୍ବା ବଉଳା କୁମ୍ଭୀର ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି ।

ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅରାଜି ଗ୍ରାମ ନିକଟରେ ଥିବା କାଣୀ ନଦୀ କୂଳରେ ଆଜି ଏକ ବଉଳା କୁମ୍ଭୀର ମରି ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ପରେ ରାଜନଗର ବନବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତ କୁମ୍ଭୀରଟିକୁ ଜବତ କରିଛି।

ସୂଚନାନୁଯାୟୀ, ତେବେ କୁମ୍ଭୀରଟି ମରି ନଦୀ ପଠାରେ ଲାଗିଥିବା ବେଳେ ମୃତର ସଠିକ କାରଣ ଜଣାପଡ଼ି ନାହଁ l ବ୍ୟବଚ୍ଛେଦ ପରେ ସଠିକ୍ କାରଣ ଜଣାପଡ଼ିବ ବୋଲି ବନବିଭାଗ ସୂଚନା ଦେଇଛି l ତେବେ ଏହାର କାରଣ କଣ ହେଇପାରେ ? କେଉଁ ପରିସ୍ଥିତିରେ ଏହି ବଉଳା କୁମ୍ଭୀରର ମୃତ୍ୟୁ ହୋଇଛି ତାହା ସ୍ୱଷ୍ଟ ହୋଇନାହିଁ ।