କୁମ୍ଭୀର ଶିକାର ଅଭିଯୋଗରେ ଜଣେ ଗିରଫ

0

(ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି): ମାଲକାନଗିରି ଜିଲ୍ଲା କାଲିମେଳା ବନାଞ୍ଚଳ ଅନ୍ତର୍ଗତ ସାବେରୀ ନଦୀରୁ ଏକ କୁମ୍ଭୀରକୁ ଶିକାର କରାଯାଇଥିବା କିଛି ଦିନ ତଳେ ଅଭିଯୋଗ ହୋଇଥିଲା । ଏହାକୁ ଭିତ୍ତି କରି କାଲିମେଳା ବନବିଭାଗ ପକ୍ଷରୁ ଆଜି ଜଣକୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ଦୁଇ ଦିନ ତଳେ ସ୍ଥାନୀୟ କାଲଦାପାଲି ଗାଁର କିଛି ଲୋକେ ସାବେରି ନଦୀରୁ ଏକ କୁମ୍ଭୀର ଶିକାର କରି ତାର ମାଂସ ଖାଇବା ଏଠାରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ଅଭିଯୋଗ ହେବା ପରେ କାଲିମେଳା ଡିଏଫଓ ପ୍ରଦୀପ ମିରାସେଙ୍କ ନେତୃତ୍ୱରେ ୩ଟି ଟିମ ଗଠନ କରାଯାଇଥିଲା । ତଦନ୍ତ ବେଳେ ଏମପିଭି ୬୧ ଗାଁର ସଂଜୀବ ସରଦାର ନାମକ ବ୍ୟକ୍ତି ଘଟଣାର ଅଭିଯୁକ୍ତ ବୋଲି ଜାଣିବା ପରେ ବନ ବିଭାଗ ଅଧିକାରୀ ତାଙ୍କୁ ଗିରଫ କରିଛନ୍ତି ।