ଦିନେ କାଟୁଥିଲେ ଚୁଟି ଏବେ ହେଲେ କରୋଡପତି, ଜାଣନ୍ତୁ ସଂଘର୍ଷର କାହାଣୀ

0

ଭୁବନେଶ୍ୱର: ରାତି ପରେ ଦିନ ଯେମିତି ଅଛି ସେମିତି ଦୁଃଖ ପରେ ସୁଖ ରହିଛି । ଆଜି ଯିଏ ଭିକାରୀ କାଲି ସେ କୋଟି ପତି । କିଏ କହିପାରିବ କାହାର ଭାଗ୍ୟ କେତେ ବେଳେ ବଦଳିବ । ମଣିଷ ଜୀବନରେ ତ ଅନେକ ସଂଘର୍ଷ ଥାଏ । କିନ୍ତୁ ଜିଏ ସେହି ସଂଘର୍ଷ ସମୟ ପାର କରି ଆଗକୁ ବଢ଼ିଥାଏ ସିଏ ହଁ ପ୍ରକୃତ ସଫଳତାର ସ୍ୱାଦ ଚାଖିଥାଏ । ଆଜି ଆମେ ଏପରି ଜଣେ ବ୍ୟକ୍ତିଙ୍କ ସଂର୍ଘଷମୟ ଜୀବନ କଥା କହିବୁ ଯାହା ଆପଣଙ୍କୁ ଦୁଖିତ କରିବା ସହ ପ୍ରେରଣା ଯୋଗାଇବ । ଆମେ କହୁଛୁ ବ୍ୟାଙ୍ଗଲୋରରେ ରହୁଥିବା ରମେଶ ବାବୁଙ୍କ କଥା । ଯାହାଙ୍କ ଲାଇଫ ଷ୍ଟାଇଲ ବଡ଼ ବଡ଼ ସେଲିବ୍ରେଟିଙ୍କଠୁ ବି କମ ନୁହଁ । ଆପଣ ଭାବୁଥିବେ ରମେଶ ଜଣେ ବିଜନେସ କି ସରକାରୀ ଚାକିରିଆ ହୋଇଥିବେ । ଆପଣ ଭାବୁଥିବା କଥା ସମ୍ପୂର୍ଣ୍ଣ ଭୁଲ । ସରକାରୀ ଚାକିରି ନୁହଁ ବରଂ ନିଜ ବାପାଙ୍କ ପୁରୁଣା ସେଲୁନ ଚଳାଇ ଆଜି ଏପର୍ଯ୍ୟନ୍ତ ପହଁଚି ପାରିଛନ୍ତି ରମେଶ ।

ରମେଶଙ୍କ ନାମ ସାରା ବ୍ୟାଙ୍ଗଲୋରରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ କାହାକୁ ଅଛପା ନାହିଁ । ଏହି ବ୍ୟକ୍ତିବି କୌଣସି ଧନୀ ବ୍ୟକ୍ତିଠୁ କମ ନୁହଁନ୍ତି । ପେସା ହେଉଛି ଲୋକଙ୍କ ଚୁଟି କାଟିବା । ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ସତ । ଆଜ୍ଞା ହଁ ରମେଶ ବାବୁ ଏବେ ୪୦୦ କାରର ମାଲିକ । ଯେଉଁଥିରେ ମରସେଟିଜ,ଭିଏମ ଡ଼ବ୍ଲୁ ଭଳି ଗାଡ଼ି ରହିଛି । ଏପରିକି ରମେଶ ବାବୁଙ୍କ ପାଖରେ ରଏଲସ ରଏସ କାର ରହିଛି ଯାହାର ମୂଲ୍ୟ ୩.୧ କୋରଡ଼ ରହିଛି । ପୁରା ବ୍ୟାଙ୍ଗଲୋରରେ ରମେଶ ବାବୁଙ୍କ ଛଡ଼ା ଏପରି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ଏପରି କାର ରହିଛି । ରମେଶ ବାବୁଙ୍କ ପାଖରେ ୯୦ରୁ ଉର୍ଦ୍ଧ୍ବ ଡ୍ରାଇଭର ରହିଛନ୍ତି । ଏସବୁ ତ ଆଜିର ଷ୍ଟାଟର୍ସ । କିନ୍ତୁ ଏପରି ଏକ ସମୟ ଥିଲା ଯେତେବେଳେ ରମେଶ ଖାଇବାକୁ ପାଉନଥିଲେ ।

ସୂଚାନଯୋଗ୍ୟ ଯେ ରମେଶଙ୍କ ପିତା ଚିନ୍ନସ୍ୱାମୀ ଷ୍ଟାଡିୟମ ପାଖରେ ଏକ ସେଲୁନ ବ୍ୟବସାୟ କରିଥିଲେ । ସେଥିରୁ ଯାହା ବ୍ୟବସାୟୀ ହୁଏ ସେଥିରେ ଘର ଚଳେ । କିନ୍ତୁ ଦଇବ ଦାଉ ସାଜିଲା ହଠାତ ରମେଶଙ୍କ ବାପାଙ୍କ ମୃତ୍ୟୁ ହୋଇଗଲା । ଏହା ପରେ ପୁରା ପରିବାରର ବୋଝ ପଡ଼ିଲା ରମେଶଙ୍କ ମାଙ୍କ ଉପରେ । ପର ଘରେ ଯାଇ ରୋଷେଇ କରବା ଆରମ୍ଭ କରିଦେଲେ । ୩ଜଣ ପିଲାଙ୍କୁ ନେଇ ଘର ଚଳାଇବା ମୁସକିଲ ହୋଇଡ଼ୁଥିଲା । ରମେଶଙ୍କ ଘରର ଅବସ୍ଥା ବୁଝି ଘର ଘର ଯାଇ ପେପର ବାଣ୍ଟିବା ସହ ଖିର ବ୍ୟବସାୟୀ ଆରମ୍ଭ କଲେ । ସବୁ ପରେବ ବି ରମେଶ ପାଠ ପଢ଼ିବା ବନ୍ଦ କରିନଥିଲେ । ପାଠ ପଢ଼ିବା ସହ ସହ ରମେଶ ନିଜ ବାପାଙ୍କ ଦୋକାନ ଚଳାଇବା ଆରମ୍ଭ କରିଦେଲେ । କିନ୍ତୁ ରମେଶ ଏହି କାମରେ ସନ୍ତୁଷ୍ଟ ନଥିଲେ । ଏହା ପରେ ୧୯୯୪ରେ ରମେଶ ଲୋନରେ ଏକ ଗାଡ଼ି କିଣିଲେ । ଏହି ସମୟରେ ଅନେକ ଲୋକ ତାଙ୍କୁ ଅନେକ କଥା କହିଥିଲେ । କିନ୍ତୁ ରମେଶ କାହାରି କଥା ଶୁଣି ନଥିିଲେ । ଘରର ପରିସ୍ଥିତି ଯୋଗୁୂଁ ଗାଡ଼ିର କିସ୍ତି ଦେଇପାରୁନଥିଲେ । ଠିକ ଏହି ସମୟରେ ରମେଶଙ୍କର ଜଣେ ବନ୍ଧୁ ତାଙ୍କୁ ପରାମର୍ଶ ଦେଲେ ନିଜ ଗାଡ଼ିକୁ ଭଡ଼ାରେ ଦେଇ ବିଜନେସ କରିବା ପାଇଁ । ଏହା ପରେ ୨୦୦୪ରେ ରମେଶ ଟୁର ଆଣ୍ଡ ଟ୍ରାଭେଲସର ଆରମ୍ଭ କଲେ । ବାସ ଏହା ପରେ ରମେଶଙ୍କ ଭାଗ୍ୟ ଖୋଲିଗଲା । ଏମିତିକି ଦିନକୁ ଦିନ ରମେଶଙ୍କ କ୍ଲାଇଣ୍ଡ ଲିଷ୍ଟ ମଧ୍ୟ ବଢ଼ିଚାଲିଲା । ବିଜନେସ ବଢିବା ସହ ଭାଗ୍ୟ ବି ବଦଳିଗଲା ।

ସବଠୁ ବଡ଼ କଥା କଣ ଜାଣିଛନ୍ତି ନିଜ ବାପାଙ୍କ ସ୍ୱପ୍ନର ସେଲୁନ ଟିକୁ ସେ କେବେ ବନ୍ଦ କରି ନାହାଁନ୍ତି । ଖାଲି ସେତିକି ନୁହଁ ରମେଶ ଏବେ ବି ସେଠାରେ ଲୋକଙ୍କ ଚୁଟି କାଟନ୍ତି । ଆଜିବି ଦୂର ଦୂରାନ୍ତର ଲୋକ ରମେଶଙ୍କ ପାଖକୁ ଚୁଟି କାଟିବାକୁ ଆସନ୍ତି । ଏତେ ବଡ଼ ବ୍ୟକ୍ତି ହୋଇ ମଧ୍ୟ ସେ ସାଧାରଣ ଲୋକଙ୍କ ଭଳି ଜୀବନ ଯାପନ କରନ୍ତି । ନିଜର ପିଲାଙ୍କୁ ବି ସେ ବିଳାସପୂର୍ଣ୍ଣ ଜୀବନରେ ନରଖି କଷ୍ଟ ଏବଂ ପରିଶ୍ରମର ମୂଲ୍ୟ ବୁଝାନ୍ତି । ଶେଷରେ ଗୋଟିଏ କଥା କହିବୁ ରମେଶ ବାବୁ କେବେ କାହା କଥାକୁ ଖାତିର ନକରି ଆଗକୁ ବଢ଼ିଥିଲେ । କାରଣ ସେ ଜାଣିଥିଲେ ଲୋକଙ୍କ କାମ ହେଉଛି କହିବା । ଲୋକଙ୍କୁ ସେ କଥାରେ ନୁହଁ ବରଂ କାମରେ କରି ଦେଖାଇଛନ୍ତି ।