ଜୁଇ ପାଇଁ ଯାଗାନଥିବା ମଣିଷଙ୍କ ମଦ ଦୋକାନରେ ଭିଡ଼

0

(ନୂଆଦିଲ୍ଳୀ): ସାରା ଦେଶରେ କରୋନା ମୃତ୍ୟୁର ତାଣ୍ଡବ ରଚୁଛି । ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସୁରକ୍ଷା ହେତୁ ଦେଶର ରାଜଧାନୀ ଦିଲ୍ଲୀରେ ୭ ଦିନିଆ ଲକଡାଉନ୍ ଲାଗିଛି । ଏହି ଲକଡାଉନ୍ ଆଜି ରାତି ୧୦ଟାରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏହି ଘୋଷଣା କରିବା ମାତ୍ରେ ଦିଲ୍ଲୀର ବଜାରରେ ପ୍ରବଳ ଭିଡ ବଢିଯାଇଛି। ମଦ ଦୋକାନରେ ଲୋକଙ୍କର ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି ।
ଗୋଟିଏ ପଟେ ରୋଗୀଙ୍କୁ ବେଡ଼,ଅକ୍ସିଜେନ ମିଳୁନଥିବା ସହ ଶ୍ମଶାନରେ ଜୁଇ ଅଲିଭା ଥିବା ବେଳେ ମଣିଷମାନେ ପେଟି ପେଟି ମଦ ବୋତଲ କିଣି ନେଉଥିବା ଚିତ୍ର ଅତ୍ୟନ୍ତ ନିନ୍ଦନୀୟ । ମଦ ଦୋକାନରେ ଲଗାତାର ଭିଡ ବଢୁଛି। ଫଳରେ ପୋଲିସ ଏହାକୁ ସମ୍ଭାଳିବା କଷ୍ଟକର ହୋଇପଡିଛି ।