ସାବଧାନ!! ଦୁଇଗୁଣା ବଢ଼ିପାରେ ପେଟ୍ରୋଲ-ଡିଜେଲ ଦର

ୟୁରୋପକୁ ଅଶୋଧିତ ତେଲ ସପ୍ଲାଏ ବନ୍ଦ ପାଇଁ ଋଷର କଡ଼ା ଧମକ

0

ନୂଆଦିଲ୍ଲୀ: ଆମେରିକା ଓ ୟୁରୋପକୁ ଋଷର ଧମକ। ୟୁକ୍ରେନ୍ ଓ ଋଷ ମଧ୍ୟରେ ଯୁଦ୍ଧକାଳୀନ ପରିସ୍ଥିତି ମଧ୍ୟରେ ସାମନାକୁ ଆସିଛି ଅଶୋଧିତ ତୈଳ ଦର ଦୁଇ ଗୁଣା ବୃଦ୍ଧି ନେଇ ଚିନ୍ତାଜନକ ଖବର ।ଅଶୋଧିତ ତୈଳ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆମେରିକା ଏବଂ ୟୁରୋପ ଭଳି ପଶ୍ଚିମ ଦେଶ ଗୁଡିକୁ ଋଷର କଡ଼ା ଚେତାବନୀ। ୟୁକ୍ରେନ୍ ବିରୋଧରେ ଯୁଦ୍ଧ ଆରମ୍ଭ ହେବା ପରେ ଋଷ ଭୟଙ୍କର ଆର୍ଥିକ ସ୍ଥିତି ଦେଇ ଗତି କରୁଥିବା ସମୟରେ ଆମେରିକା ସମେତ ଅନ୍ୟ ପଶ୍ଚିମ ଦେଶ ଗୁଡିକ ଋଷ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇଦେଇଛନ୍ତି ।

ଆମେରିକା ୟୁରୋପ ଋଷରେ ତେଲ ଏବଂ ଗ୍ୟାସ୍ ଉପରେ ପ୍ରତିବନ୍ଦକ ଲଗାଇବାକୁ ଗ୍ରୀନ ସିଗ୍ନାଲ ଦେଇଥିବା ସମୟରେ ଏହାକୁ ନେଇ ଉତକ୍ଷିପ୍ତ ହୋଇଉଠିଛି ଋଷ । ୟୁରୋପକୁ ଦେଇଛି ଗ୍ୟାସ୍ ସପ୍ଲାଏ ବନ୍ଦ କରିବା ସହ ଅଶୋଧିତ ତେଲ ଦରକୁ ୩୦୦ ଡଲାର ବ୍ୟାରେଲ ପିଛା ବଢାଇଦେବାକୁ ଋଷ ଦେଇଛି ଧମକ ।ଋଷର ଉପ ପ୍ରଧାନମନ୍ତ୍ରୀ ଆଲେକ୍ସଜାଣ୍ଡାର୍ ନୋଭାକ କହିଛନ୍ତି ଯେ, ଯଦି ୟୁରୋପୀୟ ୟୁନିଅନ୍ ଆମ ଉପରେ ଏପରି ପ୍ରତିବନ୍ଧକ ଲଗାଇବାକୁ ଚିନ୍ତା କରୁଛି, ତେବେ ଅଶୋଧିତ ତୈଳ ବ୍ୟାରେଲ ପିଛା ୩୦୦ ଡଲାରରେ କିଣିବାକୁ ପ୍ରସ୍ତୁତ ରହିବାକୁ ଦେଇଛନ୍ତି ଧମକ।