ସାଇକେଲ ଆରୋହୀଙ୍କୁ ପିଟିଲା ଯାତ୍ରୀବାହୀ ବସ ଯୁବକ ଆହତ

0

ଘଷିପୁରା : କେନ୍ଦୁଝର ଜିଲ୍ଲାର ଘସିପୁରା ଥାନା ୨୦ ନଂ ଜାତୀୟ ରାଜପଥ ବାରିଗାଁ ନିକଟରେ ସକାଳ ସମୟରେ ଘରୋଇ ଯାତ୍ରୀବାହୀ ବସ ଭୁବନେଶ୍ଵରରୁ ଆନନ୍ଦପୁର ଆସୁଥିବା ବେଳେ ଜଣେ ସିଆପଡା ଗ୍ରାମର ସାଇକେଲ ଆରୋହୀ କାମକୁ ଆସୁଥିବାବେଳେ ତାଙ୍କୁ ପଛପଟୁ ବସ ଧକ୍କା ଦେଇଥିଲା।ଏଥିରେ ଅନ୍ୟଜଣେ ସ୍ଥାନିୟ  ଯୁବକ ଆହତ ମଧ୍ୟ ହୋଇଥିବା ସୂଚନା ରହିଛି। ଖବର ପାଇ ଅଗ୍ନିସମ ଗାଡି ପହଁଛି ଗୁରୁତରଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଁଚି ଦୁର୍ଘଟଣା ଘଟାଇଥିବା ବସକୁ ଥାନାକୁ ଆଣି ଅଧିକ ତଦନ୍ତ ଯାରି ରଖିଛି  ।