ଆଶା ପାରେଖ୍‌ଙ୍କୁ ଦାଦା ଶାହେବ ପୁରଷ୍କାର

Dada Shaheb Award to Asha Parekh

0

ନୂଆଦିଲ୍ଲୀ: ବଲିଉଡ଼ର ଜଣେ ସୁପରିଚିତ ତଥା ବରିଷ୍ଠ ଅଭିନେତ୍ରୀ ଆଶା ପାରେଖଙ୍କୁ ମିଳିଛି ଦାଦା ଶାହେବ ଫାଲ୍‌କେ ଆୱାର୍ଡ । ୬୦-୭୦ ଦଶକରେ ନିଜ ସୌନ୍ଦର୍ଯ୍ୟ ଓ ନିଖୁଣ ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟରେ ରାଜ କରୁଥିଲେ । ହିନ୍ଦୀ ସିନେମାରେ ତାଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ପ୍ରଦାନ କରାଯିବ । ସେ ସମୟରେ ସବୁଠୁ ମହଙ୍ଗା ନାୟିକା ଥିଲେ ଆଶା । ତାବେ କାଲି ସନ୍ଧ୍ୟା ସମୟରେ ଏହି ପୁରଷ୍କାରଟି ତାଙ୍କୁ ଦିଲ୍ଲୀର ବିଜ୍ଞାନ ଭବନରେ ପ୍ରଦାନ କରାଯାଇଥିଲା । ୨୦୨୦ ମସିହାର ଦାଦାଶାହେବ ଫାଲକେ ଆୱାର୍ଡ ୭୯ ବର୍ଷରେ ଗ୍ରହଣ କରିଛନ୍ତି ଆଶା ।

ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁଙ୍କ ହାତରୁ ସେ ଏହି ଆୱାର୍ଡ ଗ୍ରହଣ କରିଛନ୍ତି । ସମ୍ମାନୀତ ହେଲା ପରେ ଆଶା କହିଛନ୍ତି ଏହା ହେଉଛି ମୋ ପାଇଁ ସବୁଠାରୁ ବଡ଼ ଉପହାର ଯାହାକି ମୋତେ ମୋ ୮୦ତମ ଜନ୍ମ ଦିନ ପୂର୍ବରୁ ମିଳିଲା । ଯେହେତୁ ମହାମାରୀ ସମୟ ଚାଲିଥିବାରୁ ଜାତୀୟ ଚଳଚ୍ଚିତ୍ର ଆୱାର୍ଡ ମୋତେ ଦେବାରେ ବିଳମ୍ବ କରିଛି ।

ତେବେ ଆଶା ନିଜ ଫିଲ୍ମ କ୍ୟାରିୟର ଖୁବ ଛୋଟ ବେଳୁ ଆରମ୍ଭ କରିଥିଲେ । ୧୯୫୨ ମସିହାର ଆସମାନ, ତିସ୍‌ରୀ ମନଜିଲ(୧୯୬୬) ଓ କାଟି ପତଂଗ (୧୯୭୦) ଓ କାରଭାନ (୧୯୭୧) ଲୋକପ୍ରିୟତା ଅର୍ଜନ କରିଥିଲେ । ତେବେ ୭୯ବର୍ଷରେ ସେ ଏହି ଆୱାର୍ଡ ପାଇ ବହୁତ ଖୁସି ଅଛନ୍ତି ।