ନୂଆପଡା/ରଘୁ ନାଗ: 30 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଡାଟା ଏଣ୍ଟ୍ରି ଅପରେଟର । ନୂଆପଡା ଜିଲ୍ଲା ଖଡ଼ିଆଳ ତହସିଲ କାର୍ଯ୍ୟାଳୟରେ ଡିଇଓ ଭାବରେ କାର୍ଯ୍ୟରତ ଡୋଳା ମହେଶ୍ବର ଦଣ୍ଡସେନା ଆବାସିକ ପ୍ରମାଣ ପତ୍ର କରାଇବା ନେଇ ଲାଞ୍ଚ ନେଉଥିଲେ । ରାଣୀମୁଣ୍ଡା ଗ୍ରାମର ନିତ୍ୟାନନ୍ଦ ହିଆଲ ତାଙ୍କ ସହ ତାଙ୍କ ପରିବାର ର ୮ ଜଣଙ୍କ ଆବାସିକା ପ୍ରମାଣ ପତ୍ର ଏବଂ ଗ୍ରାମର ୭ ଜଣଙ୍କୁ ମିଶାଇ ୧୫ ଜଣଙ୍କ ଆବାସିକ ପ୍ରମାଣ ପତ୍ର ପାଇଁ ଚୁକ୍ତି ହୋଇଥିଲା । ଗୋଟିଏ ପ୍ରମାଣ ପତ୍ର ପାଇଁ ୨ ହଜାର ଟଙ୍କା ଲେଖାଏଁ ୩୦ ହଜାର ଟଙ୍କା ଲାଞ୍ଚ କାରବାର ହୋଇଥିଲା । ଆଜି ବିଭଗ ପକ୍ଷରୁ ତହସିଲ କାର୍ଯ୍ୟାଳୟ ଚଢ଼ାଉ କରିଥିଲେ ।